www.samajalive.in
Tuesday, December 9, 2025
16.1 C
Bhubaneswar

ବିଗ୍‍ ବିଙ୍କ ରାତ୍ରୀଭୋଜନରେ ନାଗିନ୍‍ ସସ୍‍ ; ଜାଣନ୍ତୁ କେତେ ଏହାର ମୂଲ୍ୟ, କ’ଣ ବିଶେଷତ୍ୱ

ମୁମ୍ବଇ : ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କ ସହ ଜଡିତ ତଥା ତାଙ୍କ ଜୀବନଶୈଳୀ ବିଷୟରେ ପ୍ରଶଂସକ ସର୍ବଦା ଜାଣିବାକୁ ଇଚ୍ଛୁକ ରହିଥାଆନ୍ତି। ମେଗାଷ୍ଟାର ଅମିତାଭଙ୍କ ସହିତ ଜଡିତ ସବୁକିଛି ଏକ ଟ୍ରେଣ୍ଡରେ ପରିଣତ ହୋଇଯାଏ। ବିଗ୍ ବିଙ୍କ ପୋଷାକ, ତାଙ୍କ ଖାଦ୍ୟ ସୋସିଆଲ୍ ମିଡିଆର ମୁଖ୍ୟ ଆକର୍ଷଣ ହୋଇଥାଏ।  ମଙ୍ଗଳବାର ଦିନ ଅମିତାଭ ବଚ୍ଚନ ତାଙ୍କର ରାତ୍ରୀ ଭୋଜନର ଏକ ଚିତ୍ର ସେୟାର କରିଛନ୍ତି । ସେବେଠାରୁ ଅଭିନେତାଙ୍କ ରାତ୍ରୀ ଭୋଜନ ଟେବୁଲରେ ରଖାଯାଇଥିବା ନାଗିନ୍‍ ସସ୍ ସବୁଆଡେ ଖୁବ ଚର୍ଚ୍ଚା ହେଉଛି।
ତାଙ୍କର ଏହି ପୋଷ୍ଟ ସେୟାର କରି ଅମିତାଭ ବଚ୍ଚନ କହିଛନ୍ତି,ସେ ଦୀର୍ଘ ସମୟ ଧରି ଏହି ସସ୍ ଖାଇବାକୁ ଇଚ୍ଛା କରୁଥିଲେ । ବିଗ୍ ବି ଙ୍କ ଏହି ପୋଷ୍ଟ ପରେ  ପ୍ରଶଂସକ ନାଗିନ୍ ସସ୍ ର ମୂଲ୍ୟ ଓ ଏହାର ସ୍ୱାଦ ଆଦି ବିଷୟରେ ଜାଣିବାକୁ ଖୁବ ଉତ୍ସାହିତ।
ଜାଣିବାକୁ ଚାହାଁନ୍ତି କି ଏହି ନାଗିନ୍ ସସ୍ ବିଷୟରେ । ଅମିତାଭ ବଚ୍ଚନଙ୍କ ରାତ୍ରୀ ଭୋଜନର ଏକ ଅଂଶ ହୋଇଛି ଏହି ସସ୍‍। ଅନଲାଇନରେ ସହଜରେ ଏହି ସସ୍‍ ପାଇପାରିବେ। ନାଗିନ୍ ସସ୍ ର ୨୩୦ ଗ୍ରାମ ମୂଲ୍ୟ ୨୨୨.୭୫ ଟଙ୍କା ଅନଲାଇନରେ ରହିଛି। ଖାଦ୍ୟ ପ୍ରସ୍ତୁତିରେ ମଧ୍ୟ ଏହାର ବ୍ୟବହାର କରାଯାଇପାରିବ। ଏହା ଅଧିକ ରାଗ ଓ ମସଲାଯୁକ୍ତ ନୁହେଁ। ଯାହା ଦ୍ୱାରା କମ ମସଲା ଓ ରାଗ ଖାଉଥିବା ବ୍ୟକ୍ତି ମଧ୍ୟ ଏହାକୁ ଖାଇପାରିବେ।
ଏହି ସସ୍ ସଂପୂର୍ଣ୍ଣ ଶାକାହାରୀ । ଏଥିରେ କୌଣସି କୃତ୍ରିମ ରଙ୍ଗ ନାହିଁ । ଏହି ସସ୍ ଭାରତୀୟ ସ୍ୱାଦ ଅନୁଯାୟୀ , ଭିନ୍ନ ସ୍ୱାଦ। ଏହାକୁ ସବୁଜ ପନିପରିବା ଓ ଭାରତୀୟ ଲଙ୍କା ବ୍ୟବହାରରେ ପ୍ରସ୍ତୁତ କରାଯାଇଛି। ଖାଦ୍ୟର ସ୍ୱାଦ ପ୍ରତି ବିରକ୍ତି ଭାବ ଆସିଥିଲେ କିମ୍ବା ଅରୁଚି ଲାଗୁଥିଲେ ଏହା ପାଟିର ସ୍ୱାଦକୁ ବଦଳାଇ ଦେଇଥାଏ। ଏହି ସସ୍‍ ରେ ଭାରତର ସବୁଠାରୁ ସ୍ୱାଦିଷ୍ଟ ଲଙ୍କା କେରଳର କାନଥାରି ମୁଲାକୁର ବ୍ୟବହାର କରାଯାଇଛି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories