www.samajalive.in
Monday, December 8, 2025
14.1 C
Bhubaneswar

ଡିସେମ୍ବର ଯାଏ ବିଜେପି ସଭାପତି ରହିପାରନ୍ତି ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଆଗାମୀ ଡିସେମ୍ବର ପର୍ଯ୍ୟନ୍ତ ବିଜେପିର ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ଵ ନିର୍ବାହ କରିପାରନ୍ତି। ବିଶ୍ଵସ୍ତ ସୂତ୍ରରୁ ଏହି ସୂଚନା ମିଳିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଶାହ ଗୁରୁବାର ଜାତୀୟ ସ୍ତରର କର୍ମକର୍ତ୍ତାଙ୍କୁ​‌ ନେଇ ଏକ ବୈଠକ ଡକାଇଛନ୍ତି। ଏଥିରେ ଦଳର ବରିଷ୍ଠ ନେତାମାନଙ୍କ ସମେତ ରାଜ୍ୟ ସଭାପତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦଳର ବିଭିନ୍ନ ପଦପଦବୀ ଲାଗି ନିର୍ବାଚନ ପାଇଁ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।

ଅନ୍ୟପଟେ ଅମିତ ଶାହଙ୍କୁ ମନ୍ତ୍ରୀପଦ ମିଳିବା ପରେ ତାଙ୍କ ସ୍ଥାନ କିଏ ନେବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶାହଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହେବାକୁ ବସିଥିବାବେଳେ ଜେ.ପି. ନଡ୍ଡା କିମ୍ବା ଭୁପେନ୍ଦ୍ର ଯାଦବଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତ କରାଯିବାର ସମ୍ଭାବନା ରହିଛି।

- Advertisement -

ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଗକୁ ହରିୟାଣା, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ହେବ। ଏସବୁ ରାଜ୍ୟରେ ବିଜେପି ଏବେ କ୍ଷମତାରେ ରହିଛି। ନିର୍ବାଚନ ପାଇଁ ଦଳକୁ ପ୍ରସ୍ତୁତ କରିବା ଦିଗରେ ଅମିତ ଶାହଙ୍କର ବଡ଼ ଭୂମିକା ରହିଛି। ଏହାବ୍ୟତୀତ ବର୍ତ୍ତମାନ ରାଷ୍ଟ୍ରପତି ଶାସନ ଅଧୀନରେ ରହିଥିବା ଜାମ୍ମୁ-କାଶ୍ମୀରରେ ମଧ୍ୟ ଆଗାମୀ ଡିସେମ୍ବରରେ ନିର୍ବାଚନ ହୋଇପାରେ। ତେଣୁ ନିର୍ବାଚନ ​‌ଶେଷ ହେବା ଯାଏ ଅର୍ଥାତ ଆଗାମୀ ଡିସେମ୍ବର ପର୍ଯ୍ୟନ୍ତ ଶାହ ବିଜେପି ସଭାପତି ଭାବେ କାର୍ଯ୍ୟ କରିପାରନ୍ତି। ପାର୍ଟି ହେଡ୍‌କ୍ବାର୍ଟର୍ସର ଜଣେ ଅଧିକାରୀ କହିଛନ୍ତି, ଅକ୍ଟୋବର-ନଭେମ୍ବର ସୁଦ୍ଧା ବିଜେପିର ସାଂଗଠନିକ ନିର୍ବାଚନ ଶେଷ ହୋଇଯିବାର ସମ୍ଭାବନା ରହିଛି। ସେ ପର୍ଯ୍ୟନ୍ତ ଅମିତ ଶାହ ସଭାପତି ରହିବା ଆଶା କରାଯାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories