www.samajalive.in
Monday, December 15, 2025
26.1 C
Bhubaneswar

ଅମିରଙ୍କ ସ୍ପଷ୍ଟୋକ୍ତି

ବଲିଉଡର ‘ଶ୍ରୀମାନ୍ ପରଫେକ୍‌ସନିଷ୍ଟ’ ସ୍ଥାନକୁ ନିଜ କବ୍‌ଜାରେ ରଖିଛନ୍ତି ଅମିର ଖାନ୍। ଚଳିତ ବର୍ଷ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦଙ୍ଗଲ’ର ପ୍ରଚାର ନିମନ୍ତେ ଅମିର ଚୀନ୍ ଯାଇଥିଲେ। ସେ ସମୟରେ ସେଠାକାର ସଂଖ୍ୟାଧିକ ଗଣମାଧ୍ୟମକୁ ସେ ସାକ୍ଷାତକାର ଦେଇଥିଲେ। ସିନେ କ୍ୟାରିୟର ବାଦ୍ ଅମିରଙ୍କୁ ଜଣେ ସାମ୍ବାଦିକ ତାଙ୍କ ପାରିବାରିକ ଜୀବନ ବିଷୟରେ ପଚାରିଥିଲେ। ପ୍ରଥମ ପତ୍ନୀ ରୀନାଙ୍କ ବିଷୟରେ ଅମିର କହିଥିଲେ, ଆଜୀବନ ରୀନାଙ୍କ ପାଖରେ ଋଣୀ ରହିବି। ରୀନା ଓ ତାଙ୍କର ବିଚ୍ଛେଦ ପରେ ଦୁଇ ପିଲାଙ୍କୁ ଏ ଘଟଣା ବୁଝାଇବା ଏତେ ସହଜ ନଥିଲା। ହେଲେ ରୀନା ପିଲାଙ୍କୁ ସବୁବେଳେ ଉଚିତ୍ ପରାମର୍ଶ ଦେଇ ଆଗେଇନେଲେ। ଅନ୍ୟ ପାଖେ ଦ୍ବିତୀୟ ପତ୍ନୀ କିରଣଙ୍କ ପ୍ରଶଂସା ମଧ୍ୟ ଅମିର କରିଥିଲେ। ଲଗାନ୍’ ଚଳଚ୍ଚିତ୍ରର ସୁଟିଂ ସମୟରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ତେବେ ସେମାନଙ୍କର ସେଭଳି ଘନିଷ୍ଠ ବନ୍ଧୁତା ହୋଇନଥିଲା। ପ୍ରଥମ ପତ୍ନୀ ରୀନାଙ୍କ ସହ ଛାଡ଼ପତ୍ର ପରେ ହିଁ ଥରେ କିରଣ କୌଣସି ଏକ କାମ ପାଇଁ ଅମିରଙ୍କୁ ଫୋନ୍ କରିଥିଲେ। ପାଖାପାଖି ୪୫ ମିନିଟ୍ ଦୁହେଁ କଥା ହେଲେ। ଏହି ବାର୍ତ୍ତାଳାପ ପରେ ଅମିର ଅନୁଭବ କଲେ ତାଙ୍କୁ ଖୁବ୍ ଖୁସି ଲାଗୁଥିଲା। ଧୀରେଧୀରେ କିରଣଙ୍କ ସହ ବରାବର କଥା ହେଲେ ଅମିର। ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଲେ। ଅମିର ଆଜିକାଲି ଦୁଇ ପିଲାଙ୍କ କ୍ୟାରିୟର ନେଇ ବ୍ୟସ୍ତ ଅଛନ୍ତି। ଝିଅ ଇରା ନ୍ୟୁୟର୍କ ଫିଲ୍ମ ଇନଷ୍ଟିଚ୍ୟୁଟ୍‌ରୁ ନିର୍ଦେଶନାରେ ପାଠ୍ୟକ୍ରମ ଶେଷ କରିବା ସହ ଗତ ବର୍ଷ ସେହି ଅନୁଷ୍ଠାନର ଶ୍ରେଷ୍ଠ ଛାତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି। ଏ ସଂକ୍ରାନ୍ତରେ ଅମିରଙ୍କ ମତ ହେଉଛି, ପିଲାଙ୍କ ସଫଳତାରେ ବାପା-ମା’ ଖୁସି ହୋଇନଥାନ୍ତି, ବରଂ ଗର୍ବିତ ହୋଇଥାନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories