Patra electronics

ରୋଗୀବୁହା ଗାଡି ଦୁର୍ଘଟଣା ଗ୍ରସ୍ତ

 ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ସ୍ଥିତି ବେଦାନ୍ତ ମେଡ଼ିକାଲର  ରୋଗୀବୁହା ଗାଡି (ଆମ୍ବୁଲାନ୍ସ) ଗୁରୁବାର ଲାଞ୍ଜିଗଡ଼ଠାରୁ ରୋଗୀ ନେଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲା। ସେଠାରେ ରୋଗୀ ଛାଡି ଭଟାଙ୍ଗପଦର ଠାରୁ ମୂଷାନାଳ ଦେଇ ଲାଞ୍ଜିଗଡ଼କୁ ସଅଳ ରାସ୍ତାରେ ଫେରୁଥିବା ବେଳେ ଭଟାଙ୍ଗପଦର-ମୂଷାନାଳ ମଝିରେ ଥିବା କୁଟୁରୁ ଘାଟି ନିକଟରେ ଭାରସାମ୍ୟ ହରାଇ ତଳକୁ ଖସି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ତେବେ ଏଥିରେ କୌଣସି ରୋଗୀ ନଥିଲା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ବିନୟ ନାଏକ(ବଟ)ଅଳ୍ପକେ ବର୍ତ୍ତି ଯାଇଥିଲା। ଖବର ପାଇ ବେଦାନ୍ତ ମେଡ଼ିକାଲ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ଆମ୍ବୁଲାନ୍ସଟି ଘାଟି ତଳେ ପଡିଥିବା ସୂଚନା ମିଳିଛି।

Comments are closed.