www.samajalive.in
Sunday, December 14, 2025
23.1 C
Bhubaneswar

ନବରଙ୍ଗପୁରର ୧୦ଟି ୱାର୍ଡରେ ହାତ ଟେକିଦେଲା କଂଗ୍ରେସ

ନବରଙ୍ଗପୁର : ଆସନ୍ତା ୨୪ ତାରିଖରେ ହେବାକୁ ଥିବା ନବରଙ୍ଗପୁର ପୌର ପରିଷଦର ନିର୍ବାଚନ ପାଇଁ ରାଜନୈତିକ ଚଳଚଞ୍ଚଳ ଆରମ୍ଭ ହୋଇଛି । ତେବେ ସର୍ବପୁରାତନ କଂଗ୍ରେସ ଦଳ ପାଇଁ ଏହି ନିର୍ବାଚନ ଉତ୍ସାହଜନକ ହୋଇନାହିଁ। ଦଳର ଘୋଷିତ ପୌରାଧ୍ୟକ୍ଷ ପ୍ରାର୍ଥୀ ଭୀମ ହରିଜନ ଶେଷ ମୁହୂର୍ତ୍ତରେ ଶାସକ ବିଜୁ ଜନତା ଦଳ ଶିବିରକୁ ଡିଆଁ ମାରିବା ପରେ କଂଗ୍ରେସରେ ଭାଳେଣି ପଡିଛି । ଏହି ପୈାରାଞ୍ଚଳରେ ୧୭ଟି ୱାର୍ଡ ରହିଥିବାବେଳେ କଂଗ୍ରେସ ସମସ୍ତ ୱାର୍ଡରେ କାଉନସିଲର ପ୍ରାର୍ଥୀ ଦେଇପାରିନଥିବା ଦଳର ଅସହାୟତାକୁ ପ୍ରତିପାଦିତ କରୁଛି । ଏହି ନିର୍ବାଚନ ପାଇଁ ଦଳ କେବଳ ୭ଟି ୱାର୍ଡରେ ପ୍ରାର୍ଥୀ ଦେବାକୁ ସକ୍ଷମ ହୋଇଥିବାବେଳେ ଅନ୍ୟ ୧୦ଟି ୱାର୍ଡରେ କଂଗ୍ରେସର ପ୍ରାର୍ଥୀ ନମିଳିବା ସବୁଠାରୁ ଚର୍ଚ୍ଚାର ବିଷୟ ହୋଇଛି। ତେବେ ପୈାରାଧ୍ୟକ୍ଷ ପାଇଁ ମଧ୍ୟ ଶେଷ ମୁହୁର୍ତ୍ତରେ ଜଣେ ଜାନୈତିକ ଅନଭିଞ ଯୁବତୀଙ୍କୁ ପ୍ରାର୍ଥୀ କରି ଦଳ ତାର ସମ୍ମାନ ରଖିପାରିଥିବା କୁହାଯାଉଛି । ଅପର ପକ୍ଷରେ ଜିଲା କଂଗେସ ସଭାପତି ମୁନା ତ୍ରିପାଠୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସାଧିନ ଥିବା କାରଣରୁ କଂଗ୍ରେସ ଦୁର୍ବଳ ସ୍ଥିତିକୁ ଆସିଥିବା ନେଇ ଆଲୋଚନା ହେଉଛି। ତେବେ ଜିଲାର ଦୁଇଜଣ ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ରହିଥିଲେ ହେଁ ଦଳର ଏଭଳି ଦୟନୀୟ ପରିସ୍ଥିତି ସାମନାକୁ ଆସିଥିବାବେଳେ ଏହା ଦଳର କର୍ମକର୍ତ୍ତା ,ନେତା ଓ କର୍ମୀଙ୍କୁ ନିରାଶ କରିଛି।

Hot this week

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

Related Articles

Popular Categories