www.samajalive.in
Sunday, December 14, 2025
19.1 C
Bhubaneswar

ବାଇକ ଦୁର୍ଘଟଣାରେ ଦମ୍ପତି ଆହତ

ବୌଦ୍ଧ  : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଧଳପୁର ପଂଚାୟତର ତେନ୍ତୁଳିପଦର ଗ୍ରାମ ନିକଟ ଦେଇଯାଇ ଥିବା ଜଗନ୍ନାଥ ସଡକରେ ଗୁରୁବାର ଅପରାହ୍ନରେ ବାଇକ ଦୁର୍ଘଟଣାରେ ଦମ୍ପତି ଆହତ ହୋଇଛନ୍ତି । ମିଳିଥିବା ସୁଚନା ଅନୁଯାଇ, ଧଳପୁର ଗ୍ରାମର ବୁଲୁ ସାହୁ ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଏକ ବାଇକ ଯୋଗେ ଅପରାହ୍ନରେ ଜଗନ୍ନାଥ ସଡକରେ ଘରକୁ ଫେରୁଥିବା ସମୟରେ ତେନ୍ତୁଳିପଦର ନିକଟରେ ଦୁଇଜଣ ଛାତ୍ର ହଠାତ ବାଇକ ସମ୍ମୁଖକୁ ଚାଲି ଆସିଥିଲେ। ଫଳରେ ଭାରସାମ୍ୟ ହରାଇ ବାଇକଟି ଦୁର୍ଘଟଣାଗ୍ରସ୍ଥ ହୋଇଥିଲା। ଏଥିରେ ବୁଲୁ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟରେ ଧଳପୁର ସ୍ୱାସ୍ଥ କେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ଲକ୍ଷ୍ମୀପ୍ରିୟାଙ୍କୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories