www.samajalive.in
Monday, December 15, 2025
26.1 C
Bhubaneswar

ପିସି ବ୍ରିଜ ଉପରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ : ୨ ଆହତ

ସମ୍ବଲପୁର: ସମ୍ବଲପୁର ଦେଇ ଯାଇଥିବା ଜାତୀୟ ରାଜଜପଥ ନଂ ୫୩ରେ ମହାନଦୀ ଉପରେ ନିର୍ମିତ ବ୍ରିଜ ଉପରେ ୫-୬ ତାରିଖ ମଧ୍ୟ ରାତ୍ରିରେ ଆମ୍ବୁଲାନ୍ସ ଓ ଟ୍ରକ ମଧ୍ୟରେ ଧକ୍କା ହେବାରୁ ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବାର ଜଣାପଡିଛି।

ପ୍ରାପ୍ତ ସୂଚନାନୁଯାୟୀ, ରାଉରକେଲାରୁ ଏକ ୧୦୮ ଜନନୀ ଆମ୍ବୁଲାନ୍ସ ଯୋଗେ ଜଣେ ମହିଳା ଗର୍ଭବତୀ ରୋଗୀଙ୍କୁ ୫ ତାରିଖ ବିଳମ୍ବିତ ରାତ୍ରିରେ ବୁର୍ଲା ଭିମସାରକୁ ନିଆଯାଇଥିଲା। ବୁର୍ଲାରେ ରୋଗୀକୁ ପହଞ୍ଚାଇବା ପୂର୍ବରୁ ରାତ୍ର ପ୍ରାୟ ୨ଟା ସମୟରେ ଆମ୍ବୁଲାନ୍ସଟି ଫେରିବା ସମୟରେ ଜାତୀୟ ରାଜପଥ ନଂ ୫୩ର ପିସି ବ୍ରିଜ ଠାରେ ଆମ୍ବୁଲାନ୍ସ (ବୋଲେରୋ) ଓ ଏକ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଟ୍ରକ ଓ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା ହେବା ପରେ ପଛରୁ ଆସୁଥିବା ଆଉ ଏକ ଟ୍ରକ ମଧ୍ୟ ଭାରସାମ୍ୟ ହରାଇ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା। ଫଳରେ ଆମ୍ବୁଲାନ୍ସଟି ଦୁଇ ଟ୍ରକ ମଧ୍ୟରେ ଚାପି ହୋଇଯାଇଥିବା ବେଳେ ଏହାର ଛାତଟି ଉଡି ଯାଇଥିଲା। ଏଣୁ ସୁନ୍ଦରଗଡ ଜିଲା ରାଉରକେଲାର ରଘୁନାଥପାଲି ଥାନା ଅର୍ନ୍ତଗତ ଖଡିଆ ଟୋଲି ନିବାସୀ ଆମ୍ବୁଲାନ୍ସ ଚାଳକ ଅମୀୟ ପରିଡା (୪୦) ଏବଂ ବାସନ୍ତି କଲୋନୀ ନିବାସୀ ଆଶୁତୋଷ ପାଠକ (୩୧) ଗୁରୁତର ଆହତ ହୋଇ ଆମ୍ବୁଲାନ୍ସ ମଧ୍ୟରେ ଚାପି ହୋଇ ରହିଥିଲେ ସୁଦ୍ଧା ଜୀବନ ବର୍ତ୍ତି ଯାଇଥିଲା। ଏ ସର୍ମ୍ପକରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେବାରୁ କର୍ମଚାରୀମାନେ ପହଞ୍ଚି ଗ୍ୟାସ କଟର ଓ ଅନ୍ୟାନ୍ୟ ଯନ୍ତ୍ରପାତି ସାହାଯ୍ୟରେ ଆମ୍ବୁଲାନ୍ସକୁ କାଟି ଆହତମାନଙ୍କୁ ଉଦ୍ଧାର କରି ବୁର୍ଲା ଭିମସାରକୁ ନେଇଥିଲେ। ୧୦୮ ଆମ୍ବୁଲାନ୍ସଟି ଅତି ଦ୍ରୁତଗତିରେ ଏକ ଟ୍ରକକୁ ଓଭରଟେକ କରୁଥିବା ବେଳେ ସମ୍ମୁଖରୁ ଆସୁଥିବା ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିବା କୁହାଯାଉଛି। ଏହି ଦୁର୍ଘଟଣାରେ ଚାଳକଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ଆଡେଣ୍ଡାଣ୍ଟଙ୍କ ଅଣ୍ଟାରେ ପ୍ରବଳ ମାଡ ହୋଇ ଗୁରୁତର ଅବସ୍ଥାରେ ସେମାନେ ଭିମସାରଠାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ ଏ ନେଇ ବୁର୍ଲା ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ଟ୍ରକ ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories