www.samajalive.in
Thursday, December 11, 2025
14.1 C
Bhubaneswar

ସାଧାରଣତନ୍ତ୍ର ଦିବସ : ଆମାଜନ ଓ ଫ୍ଲିପକାର୍ଡରେ ଅଫର ଧମାକା

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦୁଇ ଅଗ୍ରଣି ଅନଲାଇନ ସପିଂ କମ୍ପାନୀ ଆମାଜନ ଓ ଫ୍ଲିପକାର୍ଡ ନିଜର ଗ୍ରାହକ ମାନଙ୍କ ପାଇଁ ସୋମବାର ଠାରୁ ଅଫର ଦେଇଛି। ଆମଜନର ଗ୍ରାଣ୍ଡ ଇଣ୍ଡିଆନ ସେଲ ଜାନୁଆରୀ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲୁଥିବାବେଳେ ଫ୍ଲିପକାର୍ଡର ରିପବ୍ଲିକ ଡେ ସେଲ ଜାନୁଆରୀ ୨୧ ରୁ ୨୩ ପର୍ଯ୍ୟନ୍ତ ଚାଲିବ। ଏହି ଅଫର ଧମାକାରେ ବହୁ ଦ୍ରବ୍ୟରେ ରିଆତି ମିଳିବା ସହ ଜିଓମି ଓ ଅନର ଭଳି ଦାମିକା ମୋବାଇଲ ବଦଳାଇବା ପାରିବେ। ଏହି ସେଲ ଅଫରରେ ୧୦% ଅତିରିକ୍ତ ରିଆତି ମଧ୍ୟ ମିଳିବ। ଏଥିପାଇଁ ଗ୍ରାହକଙ୍କ ନିକଟରେ ଷ୍ଟେଟ ବ୍ୟାଙ୍କ କିମ୍ବା ଏଚଡିଏଫସି ବ୍ୟାଙ୍କର କ୍ରେଡିଡ୍‍ କିମ୍ବା ଡେବିଡ୍‍ କାର୍ଡରେ ସପିଂ କରିବାକୁ ପଡିବ ବୋଲି କମ୍ପୋନୀ ନିୟମ ରଖିଛି। ଏହାବ୍ୟତୀତ ଆମାଜନ ୱେବସାଇଟରେ ଯୋତା ଏବଂ ପୋଷାକରେ ୫୦ ରୁ ୮୦% ରିଆତି ମିଳୁଥିବା ଜଣାପଡିଛି। ସେହିପରି ବୈଦୋତିକ ଉପକରଣ ଓ ମୋବାଇଲରେ ୬୦% ରିଆତି ମିଳୁଛି। ଏହି ସମସ୍ତ ଅଫରକୁ ନେଇ ଗ୍ରାହକ ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories