www.samajalive.in
Tuesday, December 9, 2025
19.1 C
Bhubaneswar

ବିରୋଧୀଙ୍କ ମହାମେଣ୍ଟ ଦୁର୍ନୀତିଗ୍ରସ୍ତ ଓ ଧନିକଙ୍କ ମେଳି

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ କଲକାତାରେ ବିରୋଧୀ ଦଳଗୁଡିକ ଏକଜୁଟ ହୋଇ ମହାମେଣ୍ଟ ଗଠନର ପରିକଳ୍ପନା କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ସମାଲୋଚନା କରିଛନ୍ତି। ରବିବାର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିରୋଧୀ ଦଳଗୁଡିକ ଯେଉଁ ମହାମେଣ୍ଟ କରିଛନ୍ତି ତାହା ଦୁର୍ନୀତିଗ୍ରସ୍ତ, ଧନିକ, ବିଭାଜନକାରୀ ଓ ନକାରାତ୍ମକ ଶକ୍ତିର ମେଳି। ମହାରାଷ୍ଟ୍ର ଓ ଗୋଆର ଦଳୀୟ କର୍ମୀଙ୍କୁ ଭିଡିଓ କନଫରେନ୍ସି ମାଧ୍ୟମରେ ସମ୍ବୋଧନ କରି ମୋଦୀ କହିଛନ୍ତି ବିରୋଧୀ ଦଳଗୁଡିକ ପରସ୍ପର ସହିତ ମେଣ୍ଟ କରିଛନ୍ତି; ମାତ୍ର ତାଙ୍କ ଦଳ ବିଜେପି ଦେଶର ୧୨୫ ଜନତାଙ୍କ ସହିତ ମେଣ୍ଟ କରିଛି। ତେଣୁ ​‌େ​‌କଉଁ ମେଣ୍ଟ ଅଧିକ ଶକ୍ତିଶାଳୀ ତାହା ଲୋକ ଚିନ୍ତା କରିବା ଦରକାର। ସେ କହିଛନ୍ତି ଯେ ଶନିବାର ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଆହୂତ ବିରୋଧୀ ମେଳିରେ ଯେଉଁମାନେ ସାମିଲ ହୋଇଥିଲେ ସେମାନେ ସମସ୍ତେ ପ୍ରଭାବଶାଳୀ ନେତା। ସେମାନେ ନିଜର ପ୍ରଭାବକୁ ବଜାୟ ରଖିବାକୁ ଚାହୁଁଛନ୍ତି କିମ୍ବା ନିଜର ପୁଅ ଝିଅଙ୍କୁ ସମାଜରେ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି। ମୋଦୀ କହିଛନ୍ତି ‘ ଏହି ମହାମେଣ୍ଟ ଏକ ବିରଳ ମେଣ୍ଟ। ଏହା ଧନୀକମାନଙ୍କ ମେଣ୍ଟ। ଏହା ଦାଦା ପୁତୁରାଙ୍କ ମେଣ୍ଟ। ଏହା ଦୁର୍ନୀତି, ଭ୍ରଷ୍ଟାଚାର, ନକାରାତ୍ମକ, ଅସ୍ଥିରତା ଓ ଅସମାନତାର ମେଣ୍ଟ।’ ଏମାନଙ୍କ ପାଖରେ ଧନଶକ୍ତି (ଅର୍ଥବଳ) ରହିଛି; ବିଜେପି ପାଖରେ ଜନଶକ୍ତି (ଲୋକଙ୍କ ବଳ) ରହିଛି। ମୋଦୀ କହିଛନ୍ତି ବିରୋଧୀ ଦଳଗୁଡିକ ନିଜର ପରାଜୟ ପାଇଁ  ଇଭିଏମ୍ କୁ ଦାୟୀ କରୁଛନ୍ତି।

- Advertisement -

ଶନିବାର ମମତାଙ୍କ ରାଲିରେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ଇଭିଏମ୍‌କୁ ଚୋର ମେସିନ କହିଛନ୍ତି। ସେ ଇଭିଏମ୍ ବଦଳରେ ବାଲାଟ ପେପରରେ ଭୋଟ କରାଯାଉ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଏକ ସ୍ବାଭାବିକ କଥା ଯେ ପ୍ରତ୍ୟେକ ରାଜନୈତିକ ଦଳ ନିର୍ବାଚନ ବିଜୟୀ ହେବାକୁ ଚାହାନ୍ତି। ମାତ୍ର କେତେକ ରାଜନୈତିକ ଦଳ ଲୋକଙ୍କୁ ବୋକା ଭାବି ନଜର ରଙ୍ଗ ବଦଳାଇ ଚାଲିଛନ୍ତି। ଆର୍ଥିକ ଅନଗ୍ରସରଙ୍କ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା କରାଯିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ବ୍ୟବସ୍ଥା ଯଦି ଗରିଙ୍କ ପାଇଁ ଉଦ୍ଦିଷ୍ଟ ହୋଇ ନଥାନ୍ତା ତେବେ ବିରୋଧୀ ଦଳଗୁଡିକ ଏତେ ହୋହାଲ୍ଲା କରୁ ନଥାନ୍ତେ। ଏହି ସଂରକ୍ଷଣ ବ୍ୟବସ୍ଥା ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଥିବା ନେଇ ବିରୋଧୀ ଦଳଗୁଡିକ ପ୍ରଚାର କରୁଛନ୍ତି। ତେବେ ପୂର୍ବରୁ ଯେଉଁ ସବୁ କାମ କରାଯାଇଛି ତାକୁ ମଧ୍ୟ ବିରୋଧୀ ଦଳ ସମାଲୋଚନା କରିଛି। ତେବେ ଏହି ସମାଲୋଚନାର କିଛି ମୂଲ୍ୟ ନାହିଁ। ନିଜ ସରକାରର ସଫଳତା ସମ୍ପର୍କରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅତୀତରେ ଭାରତକୁ ଏକ ଦୁର୍ବଳ ଅର୍ଥନୀତିର ଦେଶ ବୋଲି ବିବେଚନା କରାଯାଉଥିଲା। ମାତ୍ର ଏବେ ଭାରତ ବିଶ୍ବର ଦ୍ରୁତ ବିକାଶଶୀଳ ଅର୍ଥନୀତିର ରାଷ୍ଟ୍ର ଭା​‌େ​‌ବ ବିବେଚିତ ହେଉଛି। ପୂର୍ବରୁ ବିଶ୍ବବାସୀ ଭାରତର ଦୁର୍ନୀତି ବାବଦରେ ଆଲୋଚନା କରୁଥିଲେ। ଏବେ ଭାରତର ଆର୍ଥିକ ବିକାଶ ଓ ସରକାରୀ ଯୋଜନା ବାବଦରେ ଅଲୋଚନା କରୁଛନ୍ତି। ଶନିବାର ମମତାଙ୍କ ଆହୂତ ବିରୋଧୀ ମେଳିରେ ୨୩ଟି ରାଜନୈତିକ ଦଳ ଯୋଗ ଦେଇଥିଲେ। କଲକାତାରେ ଐତିହାସିକ ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଆୟୋଜିତ ସମାବେଶରେ ମମତା ସାମୂହିକ ନେତୃତ୍ବ ବିଷୟରେ କହିଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories