www.samajalive.in
Saturday, December 6, 2025
16.1 C
Bhubaneswar

ଅମରନାଥ ଯାତ୍ରା: ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ନୂଆଦିଲ୍ଲୀ : ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଆବଶ୍ୟକ କରୁଥିବା ଯାତ୍ରୀଙ୍କ ନିମନ୍ତେ ଅନଲାଇନ ବୁକିଂ ସୋମବାର ଠାରୁ ଆରମ୍ଭ ହୋଇଛି। ଉଭୟ ବାଲତାଲ ଓ ପେହଲଗାଓଁ ରୁଟ୍‌ ପାଇଁ ଏହି ବୁକିଂ କାର୍ଯ୍ୟ ଆରମ୍ଭ ହୋଇଥିବା ଶ୍ରୀ ଅମରନାଥଜୀ ସ୍ରାଇନ ବୋର୍ଡ (ଏସ୍ଏଏସ୍‌ବି) ପକ୍ଷରୁ କୁହାଯାଇଛି। ୱେବସାଇଟ୍ JKSASB.nic.inକୁ ଯାଇ ଯାତ୍ରୀମାନେ ହେଲିକପ୍ଟର ସେବା ଲାଗି ବୁକିଂ କରିପାରିବେ। ଜୁନ୍ ୨୯ରୁ ଅଗଷ୍ଟ ୧୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅମରନାଥ ଯାତ୍ରା ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜୁନ୍ ୨୭ରୁ ପ୍ରଥମ ପର୍ଯ୍ୟାୟ ଯାତ୍ରା ଶିକାର (ରାଜସ୍ଥାନ)ଠାରୁ ଆରମ୍ଭ ହେବ। ଅମରନାଥ ଯାତ୍ରା ଆରମ୍ଭ ପୂର୍ବରୁ ସୋମବାର ସୁରକ୍ଷାକର୍ମୀଙ୍କ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ଜାମ୍ମୁ-କାଶ୍ମୀର ପୁଲିସର ତ୍ବରିତ କାର୍ଯ୍ୟାନୁଷ୍ଠାନ ବାହିନୀ (କ୍ୟୁଆରଟି), ସ୍ବତନ୍ତ୍ର ଅପରେସନ ଗ୍ରୁପ୍ (ଏସଓଜି)ଙ୍କ ପକ୍ଷରୁ ଜାମ୍ମୁ ବେସ୍ କ୍ୟାମ୍ପରୁ ଫ୍ଲାଗମାର୍ଚ୍ଚ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories