କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଅମରନାଥ ଯାତ୍ରା

0

ଶ୍ରୀନଗର : ଜାମ୍ମୁ- କାଶ୍ମୀରରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପବିତ୍ର ଅମରନାଥ ଯାତ୍ରା ଚାଲିଛି। ପାଗରେ ପରିବର୍ତ୍ତନ ଯୋଗୁଁ ଯାତ୍ରୀମାନେ ସୁରୁଖୁରୁରେ ଅମାରନାଥ ଗୁମ୍ଫାରେ ବରଫ ଶିବ ଲିଙ୍ଗକୁ ଦର୍ଶନ କରୁଛନ୍ତି। ପ୍ରାୟ ୮୫ ହଜାରରୁ ଅଧିକ ଯାତ୍ରୀ ଅମରନାଥ ଦର୍ଶନ କରିଥିବା କୁହାଯାଉଛି।

ବୁଧବାର ସକାଳୁ ୪୯୪୩ ଜଣ ଅମରନାଥ ତୀର୍ଥଯାତ୍ରୀଙ୍କର ଏକ ଦଳ ଜାମ୍ମୁର ଭଗବତୀ ନଗର ଯାତ୍ରୀନିବାସ ମୂଳ ଶିବିରରୁ କାଶ୍ମୀର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ମୋଟ ୧୬୦ଟି ଗାଡ଼ିରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେମାନେ ଯାତ୍ରା କରୁଛନ୍ତି । ଏହି ଦଳରେ ୩୪୧୧ ଜଣ ପୁରୁଷ, ୧୪୩୫ ଜଣ ମହିଳା, ୭୯ ଜଣ ସାଧୁ ଓ ୧୮ ଜଣ ସାଧ୍ୱୀ ରହିଛନ୍ତି । ଜୁନ୍‍ ୨୮ ତାରିଖରୁ ଆରମ୍ଭ ହୋଇଥିବା ଅମରନାଥ ତୀର୍ଥଯାତ୍ରା ଶ୍ରାବଣ ପୂର୍ଣ୍ଣିମା ଅର୍ଥାତ୍‍ ଅଗଷ୍ଟ ୨୬ ତାରିଖ ଦିନ ଶେଷ ହେବ।

Leave A Reply