ଆରମ୍ଭ ହେଲା ଅମରନାଥ ଯାତ୍ରା: କଡ଼ା ସୁରକ୍ଷା ମଧ୍ୟରେ ପ୍ରଥମ ଦଳରେ ୧୯୦୪ଶ୍ରଦ୍ଧାଳୁ
ନୂଆଦିଲ୍ଲୀ: କଡ଼ା ସୁରକ୍ଷା ମଧ୍ୟରେ ଅମରନାଥ ଯାତ୍ରା ପାଇଁ ପ୍ରଥମ ଦଳ ବୁଧବାର ଯାତ୍ରା ଆରମ୍ଭ କରିଛନ୍ତି। ଜମ୍ମୁର ଭଗବତୀ ନଗର ଆଧାର ଶିବିରରୁ ଏହି ଦଳ ସେମାନଙ୍କ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଦଳରେ ମୋଟ୍ ୧୯୦୪ଜଣ ଶ୍ରଦ୍ଧାଳୁ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୫୫୪ପୁରୁଷ, ୩୨୦ମହିଳା ଓ ୨୦ଶିଶୁ ସାମିଲ ରହିଛନ୍ତି। ଏହି ଯାତ୍ରୀମାନେ ଦିନରେ କାଶ୍ମୀର ଗୋନ୍ଦରବାଲ ସ୍ଥିତ ବାଲଟାଲ, ଅନନ୍ତନାଗ ସ୍ଥିତ ନୁନବାନ ଓ ପହଲଗାମ ଆଧାର ଶିବିରରେ ପହଞ୍ôଚବେ। ଆସନ୍ତା କାଲି ପାଦରେ ଚାଲିଚାଲି ଏହି ଦଳ ୩୮୮୦ମିଟର ଉଚ୍ଚତାରେ ସ୍ଥିତ ଗୁମ୍ଫା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ପ୍ରଥମ ପର୍ଯ୍ୟାୟରେ ଯାତ୍ରା କରିଥିବା ଏହି ଦଳର ଯାତ୍ରା ସମାପନ ୨୬ଅଗଷ୍ଟରେ ହେବ।
ଗତ ବର୍ଷ ଅମରନାଥ ଯାତ୍ରା ସମୟରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ଯେଉଁ ଗାଡ଼ି ଗୁଡ଼ିକ ଅମରନାଥ ଯାତ୍ରା ପାଇଁ ଯାଉଛି ଉକ୍ତ ଗାଡ଼ି ଉପରେ ସ୍ୱତନ୍ତ୍ର ଚିହ୍ନ ଲଗାଯାଉଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦାୟିତ୍ୱରେ ଥିବା ସିଆରପିଏଫଙ୍କୁ ସ୍ୱତନ୍ତ୍ର ଅଧୁନିକ ଗାଡ଼ି ପ୍ରଦାନ କରାଯାଇଛି। ଅଦ୍ୟାବଧି ୨ଲକ୍ଷରୁ ଊଦ୍ଧ୍ୱର୍ ପର୍ଯ୍ୟଟକ ଅମରନଥା ଯାତ୍ରା କରିବାକୁ ନିଜ ନାମ ପଞ୍ଜିକୃତ କରିଛନ୍ତି।