www.samajalive.in
Monday, December 15, 2025
15.1 C
Bhubaneswar

ଆମ ଓଡିଶା ନବୀନ ଓଡିିଶା ; ରେଙ୍ଗାଲି ବ୍ଳକରେ ୧୮୬ ପ୍ରକଳ୍ପକୁ ୮କୋଟି

ରେଙ୍ଗାଲି :  ଆମ ଓଡିଶା ନବୀନ ଓଡିଶାରେ ଶନିବାର ସମ୍ବଲପୁର ଜିଲ୍ଲା ଯୋଡି ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଯୋଗେ ସମ୍ବଲପୁର ପାଇଁ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ୧ ହଜାର ୮୦୧ ଟି ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏସବୁ ପ୍ରକଳ୍ପ ପାଇଁ ୬୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେଥି ମଧ୍ୟରୁ ଜିଲ୍ଲାର ରେଙ୍ଗାଲି ବ୍ଳକର ୧୬ଟି ପଞ୍ଚାୟତ କୁ ୮କୋଟି ଟଙ୍କ। ମଞ୍ଜୁର ହୋଇଛି । ଏହି ୮କୋଟି ଟଙ୍କାରେ ୧୮୬ ଟି ଉନ୍ନୟନ ପ୍ରକଳ୍ପ ନିର୍ମାଣ ହେବ। ପ୍ରକଳ୍ପ ଶୁଭାରମ୍ଭ ପାଇଁ ରେଙ୍ଗାଲି ମିନି ଷ୍ଟାଡିୟମରେ ଅନୁଷ୍ଠିତ ଭବ୍ୟ କାର୍ଯ୍ୟକ୍ରମରେ ସମବେତ ଜନସାଧାରଣ ଙ୍କୁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର, ଆଧୁନିକ ଭିତ୍ତିଭୂମିର ଉନ୍ନତି ଗାଁକୁ ବିକାଶର ଶିଖରକୁ ପହଞ୍ଚାଇ ପାରିବ ବୋଲି ମତବ୍ୟକ୍ତ କରିବା ସହିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଗାଁ ଗୁଡିକ ରୂପାନ୍ତରଣର ପ୍ରକୃତ କେନ୍ଦ୍ର ହେବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ସଂଯୋଜନା କରି ମୁଖ୍ୟମନ୍ତ୍ରୀଙ୍କ ୫ମ ପାଳିରେ ରୂପାନ୍ତରଣ ଯୁଗର ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ବିଭିନ୍ନ କ୍ଷେତ୍ରର ଭିତ୍ତିଭୂମିର ଉନ୍ନତି ପାଇଁ କାର୍ଯ୍ୟକାରୀ ହେଉଥିବା ଜନହିତକାରୀ ଯୋଜନା ଉପରେ ଶ୍ରୀ ପାଣ୍ଡିଆନ୍ ଆଲୋକପାତ କରିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଶ୍ରୀ ପାଣ୍ଡିଆନ୍ ରେଙ୍ଗାଲି ବ୍ଳକ୍ ଅଧ୍ୟକ୍ଷ ସତ୍ୟନରାୟଣ ଅଗ୍ରଓାଲାଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ତା ର ପ୍ରକଳ୍ପ ନିର୍ଦ୍ଦେଶକ ଧର୍ମେନ୍ଦ୍ର ମଲ୍ଲିକ, ରେଙ୍ଗାଲି ବିଡିଓ କୃଷ୍ଣଚନ୍ଦ୍ର ଦଳପତି,ପଶ୍ଚିମ ଓଡିଶା ବିକାଶ ପରିଷଦର ଏକ୍ସପର୍ଟ ମେମ୍ବର ଯଜ୍ଞସିନି ନାଗ, ବିଜେଡି ପର୍ଯ୍ୟବେକ୍ଷକ ଦେବେନ୍ଦ୍ର କିଶୋର ପତି, ବ୍ଳକ୍ ସଭାପତି ଅଶୋକ ଗୁରୁ, ଜିଲ୍ଲା ପରିଷଦ ସଭ୍ୟା ଚୋଳଶ୍ରୀ ମହାନନ୍ଦ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଇଂ ଗାନ୍ଧି ବେହେରା, ଜିଲ୍ଲା ଉପ-ସଭାପତି ଜିତେନ୍ଦ୍ର ପ୍ରସାଦ ପଣ୍ଡା, ବିଜେଡି ଜିଲ୍ଲା ସମ୍ପାଦକ ମହେନ୍ଦ୍ର ଓରାମ ବହୁ ସଂଖ୍ୟକ ବିଜେଡି ନେତା ଏବଂ ବ୍ଳକ୍ ର ସମସ୍ତ ପଞ୍ଚାୟତର ସମିତି ସଭ୍ୟ ସରପଞ୍ଚ ଓ ସ୍ୱୟଂ ସହାୟକ ଗୋଷ୍ଠିର ସଭ୍ୟା ତଥା ଜନସାଧାରଣ ଓ ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories