BJD Bijuli 480×75 Mob

ବିଜେଡିର ୩ ଦିନିଆ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା

BJD Bijuli 480×75 Mob

ଆଠଗଡ :  ଆଠଗଡ ବିଜୁ ଜନତା ଦଳ ପକ୍ଷରୁ ଦଳୀୟ କର୍ମୀ ଓ ଛାମୁଆ ନେତାଙ୍କ ପାଇଁ ଏକ ୩ ଦିନିଆ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟ ସୂର୍ଯ୍ୟ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନଭେମ୍ବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରଶିକ୍ଷଣ କର୍ମଶାଳାରେ ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୫ଟି ପଞ୍ଚାୟତ ଓ ଆଠଗଡ ଏନଏସିର ଶତାଧିକ ଦଳୀୟ କର୍ମୀ ଓ ଛାମୁଆ ସଂଗଠନର ନେତା ଯୋଗଦାନ କରିଥିଲେ । ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ବିଜୁ ଜନତା ଦଳ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଗଠିତ ଏକ ଆଞ୍ଚଳିକ ଦଳ ଏବଂ ଓଡିଶାର ବିକାଶ ଓ ଓଡିଶାବାସୀଙ୍କ କଲ୍ୟାଣ ପାଇଁ ସମର୍ପିତ ବୋଲି ପ୍ରକାଶ କରିଥିଲେ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ବିଗତ ୨୩ ବର୍ଷ ମଧ୍ୟରେ ରାଜ୍ୟର ସବୁକ୍ଷେତ୍ରରେ ନିରନ୍ତର ବିକାଶ ଏବଂ ଓଡିଶାର ଗରିବଗୁରୁବାଙ୍କ କଲ୍ୟାଣ ଲାଗି ବହୁ ଅଭିନବ ଯୋଜନା ପ୍ରଣୟନ କରି ସେଗୁଡିକର ସଫଳ ରୂପାୟନ ମଧ୍ୟ କରିବା ଦିଗରେ ନୀରବଚ୍ଛିନ୍ନ ଉଦ୍ୟମ ଜାରି ରଖିଛନ୍ତି। ଓଡିଶାକୁ ଦେଶରେ ଏକ ଅଗ୍ରଗଣ୍ୟ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ବିଜୁ ଜନତା ଦଳ ସଂକଳ୍ପବଦ୍ଧ। ୫-ଟି ବିଭାଗ ଦ୍ୱାରା ବିଦ୍ୟାଳୟ ଓ ମହାବିଦ୍ୟାଳୟର ରୂପାନ୍ତରୀକରଣ, ରାଜ୍ୟର ଐତିହ୍ୟ ଓ ପ୍ରାଚୀନ କିର୍ତ୍ତୀରାଜିର ସୁରକ୍ଷା ଓ ଉନ୍ନତି ପାଇଁ ବ୍ୟାପକ ଯୋଜନା କାର୍ଯ୍ୟକାରୀ ହୋଇଛି। କୃଷିକ୍ଷେତ୍ରରେ ରାଜ୍ୟକୁ ସ୍ୱାବଲମ୍ବୀ କରିବା ଏବଂ କୃଷି ଉତ୍ପାଦନ ବୃଦ୍ଧି ସହିତ ରାଜ୍ୟର କୃଷକଙ୍କ ବିକାଶ ପାଇଁ ସରକାର ବହୁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ୫-ଟି ବିଭାଗ ଦ୍ୱାରା ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ରୂପାନ୍ତିକରଣ କାର୍ଯ୍ୟ କରାଯାଇଛି। ଶ୍ରୀ ଶ୍ରୀ ଧବଳେଶ୍ୱର ପୀଠ ସହିତ ଆଠଗଡ ଅଞ୍ଚଳର ସମସ୍ତ ପୁୁରାତନ ମନ୍ଦିର ଗୁଡିକର ରକ୍ଷଣାବେକ୍ଷଣ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ଏଠାରେ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ।

ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଖଣି ଓ ଇସ୍ପାତ  ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି କର୍ମଶାଳାରେ ଯୋଗଦେଇ ଦଳୀୟ କର୍ମୀମାନେ ସଂଗଠିତ ହୋଇ ଦଳକୁ ତୃଣମୂଳସ୍ତରରେ ଆହୁରି ମଜବୁତ କରିବା ସହ ସରକାରଙ୍କର ଏହିସବୁ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ। ଦଳପକ୍ଷରୁ ରାଜ୍ୟସ୍ତରୀୟ ପ୍ରଶିକ୍ଷକ ଭାବେ ଜୟରାମ ଦାସ ଓ ବିଶ୍ୱପ୍ରତାପ ସାହୁ ଯୋଗଦେଇ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଏହି ତିନିଦିନିଆ ଶିବିରରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ କୁମାର ଆଚାର୍ଯ୍ୟ, ନୃସିଂହ ମହାପାତ୍ର, ଏନଏସି ଅଧ୍ୟକ୍ଷ ସସ୍ମିତା ରାଉତ, ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ, ତିଗିରିଆ ବ୍ଲକ ଅଧ୍ୟକ୍ଷ ସନ୍ଧ୍ୟାରାଣୀ ନାୟକ, ତିଗିରିଆ ଜିଲ୍ଲାପରିଷଦ ସଦସ୍ୟ ସଂଜୟ ମଲ୍ଲିକ ଓ ସସ୍ମିତା ରାଉତ, ସମବାୟବୀତ ଲଳିତେନ୍ଦୁ ସେନାପତି, ଜିଲ୍ଲା ସାଧାରଣ ସଂପାଦକ ପ୍ରଦୀପ୍ତ ଦାସଙ୍କ ସମେତ ବହୁ ଦଳୀୟ ନେତା ଯୋଗଦେଇଥିଲେ।

Comments are closed.