bjd gruha runa

ସରପଞ୍ଚଙ୍କ୨୨ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

BJD Bijuli 480×75 Mob
0

ଭୁବନେଶ୍ୱର: ଆମ ଗାଁ ଆମ ବିକାଶ କାର୍ୟ୍ୟକ୍ରମରେ ପଞ୍ଚାୟତ ଭିତ୍ତିଭୂମି ବିକାଶ ପାଇଁ ଚାରିଟି ପଞ୍ଚାୟତର ସରପଞ୍ଚଙ୍କଠାରୁ ଆସିଥିବା ୧କୋଟି ୧୬ଲକ୍ଷ ଟଙ୍କାର ୨୨ଟି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍‌କ୍ଷଣାତ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି କାର୍ୟ୍ୟକ୍ରମରେ ଭିଡିଓ କନଫରେ ନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନୟାଗଡ଼ର ନୋତର, ରାୟଗଡ଼ାର କୋଲନରା, ନୂଆପଡ଼ାର ଭୁଲିଆସିକୁଆଁ ଏବଂ ଭଦ୍ରକର ନାଆମୀ ପଞ୍ଚାୟତର ସରପଞ୍ଚମାନଙ୍କୁ ସେମାନଙ୍କ ଗାଁର ବିକାଶ ଯୋଜନା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବାକୁ କହିଥିଲେ। ସେମାନଙ୍କଠାରୁ ପଞ୍ଚାୟତ ଭିତ୍ତିଭୂମି ବିକାଶ ସମ୍ପର୍କରେ ଆସିଥିବା ପ୍ରସ୍ତାବକୁ ବିଚାର କରି ମୁଖ୍ୟମନ୍ତ୍ରୀ ସେସବୁକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଗାଁର ବିକାଶ ପାଇଁ ଏହି ଅଭିନବ ପ୍ରୟାସ ପାଇଁ ସ୍ଥାନୀୟ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗ୍ରାମ ବିକାଶ କାର୍ୟ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିବା ସହ ମଞ୍ଜୁର ପ୍ରକଳ୍ପର କାର୍ୟ୍ୟ ଶୀଘ୍ର ଓ ଠିକ ଭାବେ କରିବାକୁ ପରାମର୍ଶ ଦେଇଛନ୍ତି। ମଞ୍ଜୁର ପ୍ରକଳ୍ପ ମଧ୍ୟରେ ନୋତର ପଞ୍ଚାୟତର ୫ଟି, କୋଲନରାର ୪ଟି, ଭୁଲିଆସିକୁଆଁର ୬ଟି ଓ ନାଆମୀର ୭ଟି ପ୍ରକଳ୍ପ ରହିଛି।
ସୂଚନାଯୋଗ୍ୟ ଯେ ଗତ ୫ ତାରିଖରେ ଆରମ୍ଭ ହୋଇଥିବା ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରତି ସପ୍ତାହର ବୁଧବାର ଓ ଶୁକ୍ରବାର ଦିନ ବିଭିନ୍ନ ପଞ୍ଚାୟତର ଜନସାଧାରଣ ସହ ସେମାନଙ୍କ ଗାଁର ବିକାଶ ସମ୍ପର୍କରେ ଆଲୋଚନା କରୁଛନ୍ତି। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଓ ବିଭିନ୍ନ ଜିଲାର ଜିଲାପାଳମାନେ ଯୋଗ ଦେଇଥିଲେ।

Leave A Reply