www.samajalive.in
Tuesday, December 9, 2025
26.1 C
Bhubaneswar

ବାଣିଜ୍ୟ ବିଭାଗର ଆଲୁମୁନି ବୈଠକ  

ସମ୍ବଲପୁର – ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଆଲୁମୁନି ବୈଠକ ଅନୁଷ୍ଠିତ ହୋଇଯାଇଛି । କୂଳପତି ପ୍ର. ଏନ. ନାଗରାଜୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ର. ଶ୍ୟାମା ଚରଣ ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିଲେ । ସ୍ନାତକୋତ୍ତର ବିଭାଗ ମାନଙ୍କର ମୁଖ୍ୟ ପ୍ର. ମୋହସିନ ମହମ୍ମଦ ଶିକ୍ଷାନୁଷ୍ଠାନର ବିକାଶରେ ପୁରାତନ ଛାତ୍ର ଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଉପ କୂଳ ସଚିବ ଡ. ଉମା ଚରଣ ପତି ବିଶ୍ୱବିଦ୍ୟାଳୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ବାଣିଜ୍ୟ ବିଭାଗର ମୁଖ୍ୟ ଡ. ପ୍ରିୟବ୍ରତ ପଣ୍ଡା ବିଭାଗର ବାର୍ଷିକ ବିବରଣୀ ପାଠ କରିଥିଲେ । ପୁରାତନ ଛାତ୍ର ତଥା ଚାର୍ଟାଡ ଆକାଉନ୍ଟାନ୍ଟ ଅଶୋକ ଅଗ୍ରୱାଲ ବିଭାଗରେ ଏକ ସ୍ମାର୍ଟ କ୍ଲାସ ରୁମ ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ । ଆଭାଷି ଓ ଅଣ ଆଭାଷି ମାଧ୍ୟମରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଡ. ପ୍ରଦୀପ କୁମାର ପଣ୍ଡା, ଧନିରାମ ଅଗ୍ରୱାଲ, ପ୍ର. ମଳୟ କୁମାର ମହାନ୍ତି, ଡ. ସିଦ୍ଧାନ୍ତ ମହାନ୍ତି, ରାକେଶ ଶର୍ମା, ପ୍ରିତମ କୁମାର ମହାପାତ୍ର, ପ୍ରମୋଦ କୁମାର ସ୍ୱାଇଁ ଙ୍କ ସମେତ ଅନେକ ପୁରାତନ ଛାତ୍ରଛାତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ନିଜସ୍ୱ ମତାମତ ପୋଷଣ ଓ ବିଭାଗର ବିକାଶ ନିମନ୍ତେ ଯଥାସମ୍ଭବ ସହଯୋଗ କରିବା ପାଇଁ କହିଥିଲେ । ଦିବଙ୍ଗତ ପୁରାତନ ଛାତ୍ର ଛାତ୍ରୀ ଙ୍କ ସମେତ ବିଭାଗର ପୂର୍ବତନ ମୁଖ୍ୟ ଟି.ଭି. ସୁଶାରୀ ଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ୨ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗବେଷିକା ସ୍ମୃତିଶିଖା ଗୁରୁ ପରିଚାଳନା କରିଥିଲେ ।

Hot this week

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

Related Articles

Popular Categories