କୁମ୍ଭରେ ଆଲିଆ-ରଣବୀର

0

ମୁମ୍ବଇ : ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ, ଅଭିନେତା ରଣବୀର କାପୁର ଓ ଆୟନ ମୁଖାର୍ଜି ପ୍ରୟାଗରାଜ କୁମ୍ଭ ମେଳା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରା ପୂର୍ବରୁ ଏକ ଭିଡିଓ ସାମଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବ୍ରହ୍ମୋସ୍ତ୍ର ଚଳଚ୍ଚିତ୍ରର ସମସ୍ତ କଳାକାର ଏକାଠି ଥିବା ଦେଖିବାକୁ ମିଳିଛି। ଟୁଇଟରେ ଆଲିଆ କୁମ୍ଭ ଯାତ୍ରାକୁ ନେଇ ଟୁଇଟ୍‍ କରିବା ସହ ଏକ ଭିଡିଓରେ ଏହି ଯାତ୍ରା ପଛର କାରଣ ଦର୍ଶାଇଛନ୍ତି।
ଏହି ଭିଡିଓରେ ସମସ୍ତ କଳକାର ନିଜର ପ୍ରଶଂସକଙ୍କୁ ପ୍ରଥମେ ମହା ଶିବରାତ୍ରିର ଅଭିନନ୍ଦନ ଜଣାଉଛନ୍ତି। ଏହାପରେ ଆଲିଆ ନିଜର ବ୍ରହ୍ମୋସ୍ତ୍ର ଚଳଚ୍ଚିତ୍ରର ପ୍ରଥମ ଫଟୋ ରିଲିଜ କରିବା ପାଇଁ ପ୍ରୟାଗରାଜ କୁମ୍ଭ-୨୦୧୯ରେ ଯାଉଥିବା କହିଛନ୍ତି। ଏଥିପାଇଁ ସୋମବାର ସଂନ୍ଧ୍ୟା ୭ଟାରେ ସେମାନଙ୍କ ସହ ଯୋଡିହେବା ପାଇଁ କହିଛନ୍ତି। ଏହି ଚଳଚ୍ଚିତ୍ରରେ ଆଲିଆ, ରଣବୀରଙ୍କ ସହ ଅମିତାଭ ବଚ୍ଚନ ଓ ନାଗାର୍ଜୁନ ମୁଖ୍ୟ ଭୂମିକାରେ ରହିଛନ୍ତି।
ଏହି ଭିଡିଓରେ ରଣବୀର ଆଲିଆଙ୍କ ସହ ମଜା କରୁଥିବା ଦେଖିବାକୁ ମିଳିଛି। ଆଲିଆ ଭିଡିଓ କରୁଥିବା ସମୟରେ ପଚାରିଛନ୍ତି ଆମେ ମାନେ କୁମ୍ଭ କଣ ପାଇଁ ଯାଉଛନ୍ତି, ତମେ ମାନେ ଜାଣିଛ କି? ରଣବୀର କହିଛନ୍ତି ସେଠି ଆମେ ତତେ(ଆଲିଆ) ଛାଡିକି ପଳାଇ ଆସିବା ପାଇଁ ଯାଉଛୁ। ଏହାପରେ ସମସ୍ତେ ହସୁଥିବା ଭିଡିଓରେ ଦେଖାଯାଇଛି।

Leave A Reply