ପ୍ରୟାଗରାଜ : ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟି(ସପା) ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଆଗମନକୁ ନେଇ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ଛାତ୍ରସଂଘ ଏକ ନେତାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆସୁଥିବା ସମୟରେ ତାଙ୍କୁ ଲକ୍ଷ୍ନୌ ଚୌଧୁରି ଚରଣ ସିଂହ ବିମାନ ବନ୍ଦରରେ ରୋକା ଯାଇଥିଲା। ଏଥିଯୋଗୁଁ ସମାଜବାଦୀ ପାର୍ଟି ସମର୍ଥକ ଓ ପୁଲିସଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ବିରୋଧ କରି ସାସଂଦ ଧମ୍ରେନ୍ଦ୍ର ଯାଦବ ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ଛାତ୍ରନେତା ରିଚାଙ୍କ ସହ ବହୁ ନେତା ବାଲସନ ଚୌରାହେ ଧାରଣାରେ ବସିଥିଲେ। ପୁଲିସ ଧାରଣାରେ ବସିଥିବା ଛାତ୍ରଛାତ୍ରୀ ମାନଙ୍କୁ ହଟାଇବାକୁ ଯିବା ସମୟରେ ଛାତ୍ରଛାତ୍ରୀମାନେ ପୁଲିସ ଉପରେ ପଥରମାଡ କରିଥିଲେ। ପରିସ୍ଥିତି ରୋକିବା ପାଇଁ ପୁଲିସ ଛାତ୍ରଛାତ୍ରୀମାନଙ୍କ ଉପରେ ଲାଠିଚାର୍ଜ କରିଥିଲା। ଏହି ଘଟଣାରେ ସାସଂଦ ଧର୍ମେନ୍ଦ୍ରଙ୍କ ମୁଣ୍ଡ ଫାଟି ଯାଇଛି। ଯୋଗୀ ସରକାର ଡରି ଏକ ଛାତ୍ରନେତାଙ୍କ ଶପଥ ଉତ୍ସବରେ ଯିବାକୁ ଦେଉନାହାନ୍ତି ବୋଲି ଅଖିଳେଶ ଟୁଇଟ କରି ଜଣାଇଛନ୍ତି।
ଏହି ଘଟଣାକୁ ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ ନିନ୍ଦା କରିଛନ୍ତି। ବିଶ୍ୱବିଦ୍ୟାଳୟ ପ୍ରଶାସନ କହିବା ଅନୁସାରେ ଏହି କାର୍ଯ୍ୟକ୍ରମ ପାଇଁ କୂଳପତିଙ୍କ ଅନୁମତି ମିଳି ନଥିଲା। ଏ ନେଇ ବିଶ୍ୱବିଦ୍ୟାଳୟ ପ୍ରଶାସନ ଅଖିଳେଶ ଯାଦବଙ୍କୁ ବିଶ୍ୱବିଦ୍ୟାଳୟ ନ ଆସିବାକୁ କହିଥିଲେ। ଏହାବ୍ୟତୀତ ଏହି ଘଟଣାକୁ ନେଇ ରାଜ୍ୟର ବିଧାନସଭା ଓ ବିଧାନପରିଷଦରେ ସଦସ୍ୟମାନେ ହଟଗୋଳ କରିଥିଲେ।
ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଲାଠିଚାର୍ଜ ; ସାସଂଦ ଧର୍ମେନ୍ଦ୍ର ଯାଦବଙ୍କ ଫାଟିଲା ମୁଣ୍ଡ
Popular Categories



