www.samajalive.in
Saturday, December 6, 2025
17.1 C
Bhubaneswar

ଜମି ଦୁର୍ନୀତି ମାମଲା: ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ରବର୍ଟ ଭଦ୍ରା

ଜୟପୁର: ବିକାନେର ଜମି ଦୁର୍ନୀତି ମାମଲାରେ କଂଗ୍ରେସ ମହାସଚୀବ ପ୍ରିୟଙ୍କା ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଏବଂ ତାଙ୍କ ମାଆ ମୋରିନ୍ ମଙ୍ଗଳବାର ଦିନ ରାଜସ୍ଥାନର ଜୟପୁର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସ୍‌ରେ ହାଜର ହୋଇଛନ୍ତି। ବିକାନେର ଜମି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଉଭୟଙ୍କୁ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରୀ କରାଯାଇଥିଲା। ଉଭୟ ଇଡି ଅଫିସରେ ନିଜ ପକ୍ଷ ରଖିଛନ୍ତି। ରବର୍ଟ ଓ ତାଙ୍କ ମାଆଙ୍କୁ ଇଡି କାର୍ୟ୍ୟାଳୟରେ ଛାଡିବା ପାଇଁ ପ୍ରିୟଙ୍କା ଗାନ୍ଧି ଯାଇଥିଲେ। ପୂର୍ବରୁ ରବର୍ଟ ଲଣ୍ଡନରେ ସମ୍ପତି କ୍ରୟ ନେଇ ଦିଲ୍ଲୀରେ ତିନି ଦିନ ଧରି ଜେରାର ସମ୍ମୁଖିନ ହୋଇଥିଲେ। ଜୟପୁର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସ୍‌ରେ ରବର୍ଟ ଭଦ୍ରା ଓ ତାଙ୍କ ମା ପହଞ୍ଚିଲା ବେଳକୁ ସେଠାରେ ପ୍ରିୟଙ୍କା ଗାନ୍ଧୀ, ରବର୍ଟ ଭଦ୍ରା ଓ ରାହୁଲ ଗାନ୍ଧୀଙ୍କ ପୋଷ୍ଟର ଏବଂ ହୋର୍ଡ଼ିଂ ଲାଗିଥିବା ଦେଖିବାକୁ ମିଳିଥିଲା । କିଛି କଂଗ୍ରେସ କର୍ମୀ ମଧ୍ୟ ବିଜେପି ବିରୋଧୀ ସ୍ଲୋଗାନ ଦେଉଥିଲେ । ଏହି ଜମି ଦୁର୍ନୀତି ଘଟଣାରେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ଭଦ୍ରା ଏବଂ ତାଙ୍କ ମାଆଙ୍କୁ ଇଡ଼ିକୁ ସହଯୋଗ କରିବାକୁ କହିଥିଲେ । ପୂର୍ବରୁ ଭଦ୍ରାଙ୍କୁ ତିନି ଥର ସମନ ଜାରି କରାଯାଇଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ । ବିକାନେର ତହସିଲଦାରଙ୍କ ଅଭିଯୋଗ ଉପରେ ରାଜସ୍ଥାନ ପୋଲିସର ଚାର୍ଜସିଟ ଓ ଅନ୍ୟ କେତେ ଜଣକ ଦ୍ୱାରା ଦାୟର ଏତଲା ଭିତ୍ତିରେ ଇଡି ତଦନ୍ତ ଆରମ୍ଭ କରିଥିଲା ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories