www.samajalive.in
Saturday, December 6, 2025
15.1 C
Bhubaneswar

ମୋଦୀଙ୍କ ବାୟୋପିକରେ ଏହି ଅଭିନେତ୍ରୀ ସାଜିବେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ମୁମ୍ବଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦୀ’କୁ ନେଇ ଚଳିତ ଦିନରେ ଖୁବ୍ ଚର୍ଚ୍ଚା ଜାରି ରହିଛି। ପୂର୍ବରୁ ଏହି ଚଳଚ୍ଚିତ୍ରରେ ନରେନ୍ଦ୍ର ମୋଦୀଙ୍କ ଭୂମିକାରେ ଅଭିନେତା ବିବେକ ଓବରଏ ଅଭିନୟ କରୁଥିବା କଥା ସମସ୍ତେ ଜାଣିଥିବେ। ତେବେ ଏବେ ତାଙ୍କ ପତ୍ନୀ ଯଶୋଦା ବେନଙ୍କ ଚରିତ୍ରରେ କିଏ ଅଭିନୟ କରୁଛନ୍ତି ସେ ବିଷୟରେ ଜଣାପଡ଼ିଛି।

ସେ ହେଉଛନ୍ତି ଟେଲି ଦୁନିଆର ଜଣାଶୁଣା ଅଭିନେତ୍ରୀ ବରଖା ବିଷ୍ଟ୍। ସେ ଯଶୋଦା ବେନଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ପୂର୍ବରୁ ସେ ରଣବୀର ସିଂହ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଲିୟୋଁ କି ରାସଲୀଲା ରାମଲୀଲା’ରେ ଅଭିନୟ କରିଥିଲେ। ଏକ ସାକ୍ଷାତକାରରେ ବରଖା କହିଛନ୍ତି, ‘‘ଚଳଚ୍ଚିତ୍ରରେ ମୋ ଚରିତ୍ର ବହୁତ ଛୋଟ ହେଲେ ଖୁବ୍ ଗୁରୁତ୍ବପୂର୍ଣ୍ଣ। ମୋତେ ଏହି ଚଳଚ୍ଚିତ୍ରରେ ଏଥିପାଇଁ ସୁଯୋଗ ମିଳିଲା କାରଣ ନିର୍ମାତାଙ୍କୁ ଚଳଚ୍ଚିତ୍ର ‘ଗଲିୟୋଁ କି ରାସଲୀଲା ରାମଲୀଲା’ରେ ମୋ ଅଭିନୟ ବହୁତ ଭଲ ଲାଗିଥିଲା। ମୁଁ ଏହି ଚଳଚ୍ଚିତ୍ରର ଏକ ଅଂଶ ହୋଇଥିବାରୁ ନିଜକୁ ଖୁବ୍ ଭାଗ୍ୟଶାଳୀ ମନେ କରୁଛି’’।

- Advertisement -

ସୂଚନା ଅନୁସାରେ, ଏହି ଭୂମିକା ପାଇଁ ପୂର୍ବରୁ ବରଖାଙ୍କୁ ସଠିକ୍ ଗୁଜୁରାଟୀ ଭାଷା ମଧ୍ୟ ଶିଖିବାକୁ ପଡ଼ିଛି। ବରଖା ‘କିତନୀ ମସ୍ତି ହୈ ଜିନ୍ଦେଗୀ’ରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ଟିଭି ଶୋ’ ପ୍ୟାର୍ କେ ଦୋ ନାମ୍, ଡୋଲୀ ସଜାକେ ରଖନା, ମହାବଲୀ ହନୁମାନ୍ ଓ ନାମକରନ୍ ଭଳି ଧାରବାହିକରେ ଅଭିନୟ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories