www.samajalive.in
Saturday, December 13, 2025
26.1 C
Bhubaneswar

ଆଲ୍ଲାହାବାଦର ନୂଆ ନାଁ ‘ପ୍ରୟାଗରାଜ’

ଲକ୍ଷ୍ନୌ : ମୋଗଲସରାଇ ରେଳ ଷ୍ଟେସନ୍‍ର ନାମ ପରିବର୍ତ୍ତନ କରାଯାଇ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନ୍‍ ରଖାଯିବା ପରେ ଏବେ ପ୍ରାଚୀନ ସହର ଆଲ୍ଲାହାବାଦର ପାଳି ପଡ଼ିଛି। ଏହି ଆଧ୍ୟାତ୍ମିକ ସହରର ନା ପରିବର୍ତ୍ତନ କରାଯାଇ ‘ପ୍ରୟାଗରାଜ’ ରଖାଯିବ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଆସନ୍ତା ଜାନୁଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ଅର୍ଦ୍ଧ କୁମ୍ଭ ମେଳା ଅବସରରେ ବିଧିବଦ୍ଧ ଭାବେ ଏହି ନୂଆ ନାମକରଣ ହେବ ବୋଲି ଯୋଗୀ କହିଛନ୍ତି। ଆଲ୍ଲାହାବାଦର ପ୍ରାଚୀନ ନାମ ପ୍ରୟାଗ ଥିଲା; କିନ୍ତୁ ଷୋଡ଼ଶ ଶତାବ୍ଦୀରେ ମୋଗଲ ଶାସକ ଆକବର ଗଙ୍ଗା ଓ ଯମୁନାର ସଙ୍ଗମ ସ୍ଥଳ ନିକଟରେ ଏକ ଦୁର୍ଗ ପ୍ରତିଷ୍ଠା ପୂର୍ବକ ଏହାର ନାମ ‘ଇଲ୍ଲାହାବାଦ’ ରଖିଥିଲେ। କ୍ରମାନୁସାରେ ଆକବରଙ୍କ ନାତି ସାହାଜାହାନ୍‌ ସମ୍ପୂର୍ଣ୍ଣ ସହରର ନାମ ଆଲ୍ଲାହାବାଦ ରଖିଥିବା କୁହାଯାଏ। ତେବେ ସଙ୍ଗମ ସ୍ଥଳର ନାମ ଏବେ ବି ପ୍ରୟାଗ ରହିଛି। ଏହି ସ୍ଥାନରେ କୁମ୍ଭ ମେଳା ଆୟୋଜନ ହେଉଛି। ଦୁଇ ନଦୀର ମିଳନ ସ୍ଥଳକୁ ପ୍ରୟାଗ କୁହାଯାଉଥିବାବେଳେ ଗଙ୍ଗା, ଯମୁନା ଓ ସରସ୍ୱତୀର ମିଳନ ସ୍ଥଳ ଆଲ୍ଲାହାବାଦ। ଭଗବାନ ବ୍ରହ୍ମା ପ୍ରୟାଗଠାରେ ପ୍ରଥମ ଯଜ୍ଞ କରିଥିଲେ। ସେଥିପାଇଁ ଏହି ସ୍ଥାନକୁ ପ୍ରୟାଗରାଜ ଅଭିହିତ କରାଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ।
ଏହି ପରିପ୍ରେକ୍ଷୀରେ ଯୋଗୀ ସରକାର ପୁରାତନ ନାଁକୁ ଫେରାଇ ଆଣିବା ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ କିଛି ସାଧୁସନ୍ଥ କିଛି କାଳ ଧରି ଦାବି କରିଆସୁଥିଲେ। ଗତବର୍ଷ ଲକ୍ଷ୍ନୌଠାରେ ବିଭିନ୍ନ ଆଖଡ଼ା ପରିଷଦର ସଦସ୍ୟମାନେ ଅଖିଳ ଭାରତୀୟ ଆଖଡ଼ା ପରିଷଦ ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୁମ୍ଭ ମେଳା ଅବସରରେ ଏହି ପବିତ୍ର ସହରର ନାମ ପରିବର୍ତ୍ତନ ପାଇଁ ଦାବି ଜଣାଇଥିଲେ। ଶନିବାର ଯୋଗୀଙ୍କ କହିବାନୁସାରେ ଆଖଡ଼ା ପରିଷଦର ମାର୍ଗଦର୍ଶକ ମଣ୍ଡଳ ବୈଠକରେ ଏ ନେଇ ପ୍ରସ୍ତାବ ଗୃହୀତ ହୋଇ ସରକାରଙ୍କୁ ପ୍ରଦାନ କରାଯାଇଛି। ରାଜ୍ୟପାଳ ମଧ୍ୟ ଏହା ସପକ୍ଷରେ ସମ୍ମତି ପ୍ରଦାନ କରିଛନ୍ତି। କାହାରି କିଛି ଆପତ୍ତି ନଥିଲେ ନାମ ପରିବର୍ତ୍ତନ କରାଯାଇପାରିବ ବୋଲି ରାଜ୍ୟପାଳ କହିଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories