www.samajalive.in
Saturday, December 6, 2025
17.1 C
Bhubaneswar

ହାଇକୋର୍ଟଙ୍କ ରାୟ : ଅବିବାହିତ ଝିଅଙ୍କୁ ପିତାମାତା ଭରଣପୋଷଣ ଦେବା ବାଧ୍ୟତାମୂଳକ

ପ୍ରୟାଗରାଜ : ଅବିବାହିତ ଝିଅଙ୍କୁ ନେଇ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି।  ପରିବାରରେ ବିବାହ କରିନଥିବା ଝିଅମାନେ ମାତା ପିତାଙ୍କଠାରୁ ଭରଣପୋଷଣ ପାଇବାକୁ ହକଦାର୍ ହୋଇପାରିବେ।  ଝିଅ ଯେ କୌଣସି ଧର୍ମ କିମ୍ବା ବୟସର ହେଉନା କାହିଁକି ମାତାପିତା ମାନେ ଭରଣପୋଷଣ ଦେବା ବାଧ୍ୟତାମୂଳକ ରହିଛି। ଏକ ମାମଲାରେ ବାପା ଏବଂ ସାବତ ମା ତିନି ଭଉଣୀଙ୍କ ବିରୋଧରେ ଘରୋଇ ହିଂସା କରୁଥିଲେ। ହାଇକୋର୍ଟଙ୍କ ପୂର୍ବରୁ ଏହି ମାମଲା ନିମ୍ନ ଅଦାଲତରେ ପହଞ୍ଚିଥିଲା। ନିମ୍ନ ଅଦାଲତ ତିନି ଝିଅଙ୍କୁ ଭରଣପୋଷଣ ଦେବା ପାଇଁ ମାତାପିତାଙ୍କୁ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିଥିଲେ। ମାତ୍ର ନିମ୍ନ ଅଦାଲତଙ୍କ ଏହି  ଆଦେଶକୁ ପିତା ନାଇମୁଲ୍ଲା ଶେଖ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଯାହା ବର୍ତ୍ତମାନ ହାଇକୋର୍ଟଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଛି। ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖି ମାତାପିତାଙ୍କୁ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ କିନ୍ତୁ ନାଇମୁଲ୍ଲାଙ୍କ ପକ୍ଷରୁ ଲଢୁଥିବା ଓକିଲ ଯୁକ୍ତି ବାଢିଛନ୍ତି ଏହି ତିନି ଝିଅ ସାବାଳିକା। ସେମାନେ ଚାକିରି କରୁଛନ୍ତି। ତେଣୁ ସେମାନଙ୍କୁ ମାତାପିତା କୌଣସି ପ୍ରକାର ଭରଣପୋଷଣ ଦେବା ଜରୁରୀ ନୁହେଁ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories