କନ୍ୟାଶ୍ରମ ବିଦ୍ୟାଳୟର ସମସ୍ତ ଛାତ୍ରୀ ଚିକିତ୍ସାଳୟରୁ ଫେରିଲେ ବିଦ୍ୟାଳୟକୁ
ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟ ଅଧିକ୍ଷକଙ୍କ ସ୍ଥିତି ଅନୁଧ୍ୟାନ ଓ ଚିକିତ୍ସାସେବା ପ୍ରଦାନ
ଗୁରୁଡିଝାଟିଆ ୧୩ ।୭(ନି.ପ୍ର)ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ମାଧବପୁର ଠାରେ ପ୍ରତିଷ୍ଠିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଝାଡାବାନ୍ତିରେ ଆକ୍ରାନ୍ତ ସମସ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲଅଛି । ସ୍ଥାନୀୟ ଗୋପବନ୍ଧୁ ଚିକିତ୍ସିତ ହେଉଥିବା ୨ଜଣ ଛାତ୍ରୀ ଆଜି ବିଦ୍ୟାଳୟକୁ ଫେରିଛନ୍ତି । ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ ଆଜି ବିଦ୍ୟାଳୟରେ ପହଞ୍ôଚ ସମସ୍ତ ଅନ୍ତେବାସୀଙ୍କ କରୋନା,ମ୍ୟାଲେରିଆ ପରୀକ୍ଷା କରିବା ସହ ବିଭିନ୍ନ ରୋଗ ସଂପର୍କରେ ଅନ୍ତେବାସୀମାନଙ୍କୁ ପରୀକ୍ଷା କରିବା ସହିତ ଔଷଧ ପ୍ରଦାନ କରିଥିଲେ । ଏଥିସହିତ ବର୍ଷାଋତୁରେ ସ୍ୱାସ୍ଥ୍ୟ ସଂପର୍କିତ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ପ୍ରଧାନଶିକ୍ଷୟିତ୍ରୀ ସବିତା ଘଡେଇ ଙ୍କ ଉପସ୍ଥିତିରେ ଡାକ୍ତର ଦେବୀ ପ୍ରସାଦ ଗିରି,ପିଏଚଇଓ କବିତାରାଣୀ ଦାସ ଓ ସ୍ୱାସ୍ଥ୍ୟକର୍ମଚାରୀମାନେ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବଣ୍ଟନ କରିଥିଲେ । ଶିକ୍ଷିୟିତ୍ରୀ ଅଳକାରାଣୀ ମଲ୍ଲିକ, ଶ୍ୱେତପଦ୍ମା ମହାନ୍ତି ଉପସ୍ଥିତ ରହି ସହଯୋଗ କରିଥିଲେ । ପ୍ରକାଶଯୋଗ୍ୟ ବିଦ୍ୟାଳୟର କିଛି ଛାତ୍ରୀ ଖାଦ୍ୟ ଖାଇବା ପରେ ଅସୁସ୍ଥ ଅନୁଭବ କରିବା ସହିତ ଝାଡାବାନ୍ତି ହୋଇଥିଲେ । ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଗୋପବନ୍ଧୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ୩ଜଣ ଛାତ୍ରୀ ଆଡମିଶନ ହୋଇଥିଲେ । ଆଜି ସୁସ୍ଥ ହୋଇ ଚିକିତ୍ସାଳୟରୁ ବିଦ୍ୟାଳୟକୁ ଆସିଛନ୍ତି ।
Comments are closed.