www.samajalive.in
Saturday, December 6, 2025
15.1 C
Bhubaneswar

ଶ୍ରାବଣର ପ୍ରତ୍ୟେକ ସୋମବାର ବନ୍ଦ ରହିବ ସ୍କୁଲ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ବାରାଣସୀ: ଶ୍ରାବଣର ପ୍ରତ୍ୟେକ ସୋମବାର ବନ୍ଦ ରହିବ ସ୍କୁଲ। ଏହା ପରିବର୍ତ୍ତେ ରବିବାର ହେବ ପାଠପଢା। ବାରାଣାସୀ ସହରାଞ୍ଚଳ ଏବଂ କାଁଓ୍ବଡ଼ିଆ ମାର୍ଗରେ ପଡ଼ୁଥିବା ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ପାଇଁ ଏହି ନିୟମ ଲାଗୁ କରାଯାଇଛି। କେତେକ ଘରୋଇ ବିଦ୍ୟାଳୟ ଅଛି, ଯାହା ଉଭୟ ରବିବାର ଏବଂ ସୋମବାର ବନ୍ଦ ରହିବ। ଶ୍ରାବଣ ମାସରେ ଶ୍ରଦ୍ଧାଳୁଙ୍କ ଭିଡ଼ ଏବଂ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ଏଥର ଶ୍ରାବଣ ମାସରେ ଶ୍ରୀ କାଶୀ ବିଶ୍ଵନାଥ ମନ୍ଦିରରେ ଦର୍ଶନ ଓ ପୂଜା ପାଇଁ ୯୦ ଲକ୍ଷରୁ ଏକ କୋଟି ଭକ୍ତ ଆସିବା ନେଇ ଅନୁମାନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ଏସ୍‌ ରାଜଲିଙ୍ଗମ୍‌ ସହରାଞ୍ଚଳର ଶିବାଳୟ ତଥା କାଁଓ୍ବଡ଼ିଆ ମାର୍ଗସ୍ଥିତ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

- Advertisement -

ଏହି ପରିପ୍ରେକ୍ଷୀରେ ଜିଲା ବିଦ୍ୟାଳୟ ନୀରିକ୍ଷକ ଅବଧ କିଶୋର ସିଂହ ମଧ୍ୟ ରବିବାର ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ଦେଶ ଅନୁଯାୟୀ, ପଞ୍ଚକ୍ରୋଶୀ ରୋଡ୍, ବାରାଣସୀ-ପ୍ରୟାଗରାଜ ରାଜପଥ ଏବଂ ବାରାଣସୀ-ଗାଜିପୁର ରାଜପଥରେ ଥିବା ସ୍କୁଲଗୁଡ଼ିକ ବନ୍ଦ ରହିବ।

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories