www.samajalive.in
Saturday, December 6, 2025
16.1 C
Bhubaneswar

ନବୀନଙ୍କ ବିବୃତି ବେଳେ ମାଇକ, ଲାଇଟ୍‌ ବନ୍ଦ; ଅଭିଯୋଗ ଆଣିଲା ବିଜେଡି

ସମାଜ ଡିଜିଟାଲ ଡେସ୍କ: ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି। ନବୀନ ବିବୃତି ଦେବା ସମୟରେ ତାଙ୍କ ମାଇକ ଏବଂ ଲାଇଟକୁ ବନ୍ଦ କରିଦିଆଯାଇଥିବା ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି। ବିଜେଡି କହିଛି ଯେ, ସୋମବାର ବିଧାନସଭା ଅଧିବେଶନ ଆରମ୍ଭ ହେବା ପରେ ରାଜ୍ୟପାଳ ରଘୁବର ଦାସ, ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ନିଜ ଅଭିଭାଷଣ ଦେଇଥିଲେ। ହେଲେ ନବୀନ ଯେତେବେଳେ ଅଭିଭାଷଣ ଦେବା ଆରମ୍ଭ କଲେ, କିଛି ସମୟ ପରେ ତାଙ୍କ ମାଇକ ବନ୍ଦ କରିଦିଆଯାଇଥିଲା। ସେହିପରି ଲାଇଟ ଏବଂ କ୍ୟାମେରା ବି ବନ୍ଦ କରିଦିଆଯାଇଥିଲା। ଏହାଦ୍ଵାରା ଗୃହରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି ଏବଂ ଏହାକୁ ବିଜେଡି ଦୃଢ଼ ନିନ୍ଦା କରୁଛି ବୋଲି କହିଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories