ପ୍ରୟାଗରାଜର ସମସ୍ତ ୮ ଷ୍ଟେସନରୁ ସୁରୁଖୁରୁରେ ଚଳାଚଳ କରୁଛି ଟ୍ରେନ୍: ରେଳମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରୟାଗରାଜରେ ରେଳ ଷ୍ଟେସନ ବନ୍ଦ ହେବା ଖବରକୁ ଖଣ୍ଡନ କରିଛନ୍ତି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଏହାକୁ ଗୁଜବ ବୋଲି କହି ଏଥିପ୍ରତି ଧ୍ୟାନ ନ ଦେବାକୁ କହିଛନ୍ତି ମନ୍ତ୍ରୀ। ଏଥିସହ ଅଞ୍ଚଳର ସମସ୍ତ ୮ଟି ଷ୍ଟେସନରୁ ଟ୍ରେନ୍ଗୁଡ଼ିକ ସୁଚାରୁ ଓ ସୁବ୍ୟବସ୍ଥିତ ଭାବେ ଚଳାଚଳ କରୁଥିବା ସେ କହିଛନ୍ତି।
ରେଳ ଭବନରେ ଅଶ୍ଵିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି ଯେ, ଷ୍ଟେସନ ବନ୍ଦକୁ ନେଇ ପ୍ରଚାରିତ ଗୁଜବକୁ ଶ୍ରଦ୍ଧାଳୁମାନେ ବିଶ୍ୱାସ କରିବା ଉଚିତ୍ ନୁହେଁ। ସେ କହିଛନ୍ତି, ପ୍ରୟାଗରାଜର ସମସ୍ତ ଆଠଟି ଷ୍ଟେସନରେ ଟ୍ରେନ୍ ଚଳାଚଳ ସୁଚାରୁ ରୂପେ ଚାଲିଛି। ରାଜ୍ୟ ପ୍ରଶାସନ ସହ ରେଲଓ୍ବେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛି।
ରେଳ ମନ୍ତ୍ରୀ କହିଛନ୍ତି, ଗତକାଲି ପ୍ରୟାଗରାଜ ମହାକୁମ୍ଭ ଅଞ୍ଚଳ ଷ୍ଟେସନରୁ ଦେଶର ବିଭିନ୍ନ ସ୍ଥାନକୁ ୩୩୦ ଟ୍ରେନ୍ ଯାତ୍ରା କରିଛି। ଏହି ଟ୍ରେନରେ ମୋଟ୍ ୧୨.୫ ଲକ୍ଷ ଶ୍ରଦ୍ଧାରୁ ଯାତ୍ରା କରିଛନ୍ତି। ରେଲଓ୍ବେ ବୋର୍ଡ଼ର ଜଣେ ଅଧିକାରୀ କହିଛନ୍ତି, ସୋମବାର ଅପରାହ୍ନ ୩ଟା ସୁଦ୍ଧା ପ୍ରୟାଗରାଜର ସମସ୍ତ ଆଠଟି ଷ୍ଟେସନରୁ ୮.୧୮ ଲକ୍ଷ ଲୋକଙ୍କୁ ନେଇ ୧୯୧ଟି ଟ୍ରେନ୍ ଦେଶର ବିଭିନ୍ନ ବିଭିନ୍ନ ସ୍ଥାନକୁ ଯାତ୍ରା କରିଛି।
Comments are closed.