www.samajalive.in
Monday, December 15, 2025
15.1 C
Bhubaneswar

ଏପ୍ରିଲ୍‌ ୧୪ ଉପରେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ଙ୍କ ନଜର

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ନେଇ ଅନିଶ୍ଚିତତା ଦେଖା ଦେଇଛି। ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଆଇପିଏଲ୍‌ ମାର୍ଚ୍ଚ ୨୯ରୁ ଆରମ୍ଭ ହେବାର ଥିଲା। ତେବେ କରୋନା ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ଏପ୍ରିଲ୍‌ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା ବିସିସିଆଇ। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନିଆ ତାଲାବନ୍ଦୀ ଘୋଷଣା କରିଛନ୍ତି। ତାଲାବନ୍ଦୀ ସମୟ ଏପ୍ରିଲ୍‌ ୧୪ରେ ଶେ​‌ଷ ହେବ। ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ କେଉଁ ସବୁ ମାର୍ଗଦର୍ଶିକା ଜାରି କରାଯାଉଛି ତାହା ଉପରେ ଆଇପିଏଲ୍‌ର ବିଭିନ୍ନ ଫ୍ରାଞ୍ଚାଇଜ୍‌ ମାଲିକ ଓ ଅଧିକାରୀମାନେ ନଜର ରଖିଛନ୍ତି ।
ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଗୋଟିଏ ଫ୍ରାଞ୍ଚାଇଜ୍‌ର ଅଧିକାରୀ କହିଛନ୍ତି ଆଇପିଏଲ୍‌ ଆୟୋଜନ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଆଲୋଚନା ହୋଇ ନାହିଁ। ଦେଶରେ ବର୍ତ୍ତମାନ ତାଲାବନ୍ଦୀ ଜାରି ହୋଇଥିବାରୁ ଆଇପିଏଲ୍‌ ଆ​‌େ​‌ୟାଜନ ନେଇ ବିସିସିଆଇ ଅଧିକାରୀ ଓ ଫ୍ରାଞ୍ଚାଇଜ୍‌ ମାଲିକଙ୍କ ମଧ୍ୟରେ ବୈଠକର କୌଣସି ଯଥାର୍ଥତା ନାହିଁ। ବେଶ୍‌ କିଛିଦିନ ତଳେ ବିସିସିଆଇ ମୁଖ୍ୟାଳୟରେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଓ ବିସିସିଆଇ ପଦାଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ କରୋନା ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ବୈଠକକୁ ବାତିଲ କରି ଦିଆଯାଇଥିଲା। ବର୍ତ୍ତମାନ ଦେଶରେ ତାଲାବନ୍ଦୀ ଜାରି ରହିଛି। ତାଲାବନ୍ଦୀ ସମୟ ଆସନ୍ତା ୧୪ରେ ଶେଷ ହେବ। ଏହାପରେ କେନ୍ଦ୍ର ସରକାର କରୋନା ସଂକ୍ରମଣଜନିତ ପରିସ୍ଥିତିକୁ ନେଇ କ’ଣ ମାର୍ଗଦର୍ଶିକା ଜାରି କରୁଛନ୍ତି ତାହା ଦେଖିବାକୁ ବାକି ରହିଛି। ସରକାରଙ୍କ ମାର୍ଗଦର୍ଶିକାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।
ଅନ୍ୟପକ୍ଷରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଦେଶୀ ନାଗରିକଙ୍କୁ ଭିସା ପ୍ରଦାନ ବନ୍ଦ କରି ଦେଇଥିବାରୁ ଏପ୍ରିଲ୍‌ ୧୪ ପରେ ଏ କ୍ଷେତ୍ରରେ ବିଶେଷ କରି ପରିବର୍ତ୍ତନ ହେବାର ଆଶା କମ୍‌। ତେଣୁ ଚଳିତ ଆଇପିଏଲ୍‌ରେ ବିଦେଶୀ କ୍ରିକେଟର୍‌ ଭାଗ ନେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏପରି ପରିସ୍ଥିତିରେ କେବଳ ଭାରତୀୟ କ୍ରିକେଟର୍‌ଙ୍କୁ ନେଇ ଆଇପିଏଲ୍‌ ଆୟୋଜନ ନେଇ କେତେକ ଫ୍ରାଞ୍ଚାଇଜ୍‌ଙ୍କ ତରଫରୁ ମତପ୍ରକାଶ ପାଇଛି। ସେ ଯାହା ହେଉ ନା କାହିଁକି ଆଇପିଏଲ୍‌ ଆୟୋଜନ ସଂପର୍କରେ ଏପ୍ରିଲ୍‌ ୧୪ ପୂର୍ବରୁ କୌଣସି ପ୍ରକାର ଆଲୋଚନା ବୃଥା ବୋଲି ଏକ ଫ୍ରାଞ୍ଚାଇଜ୍‌ ପ୍ରତିନିଧିଙ୍କ ତରଫରୁ ସ୍ପଷ୍ଟ କରି ଦିଆଯାଇଛି। ଏସବୁ ବିଷୟକୁ ଦୃଷ୍ଟିରେ ରଖି ଆଇପିଏଲ୍‌ର ଭବିଷ୍ୟତ ନେଇ ଏପ୍ରିଲ୍‌ ୧୪ ପରେ ଚିତ୍ର କିଛିଟା ସ୍ପଷ୍ଟ ହେବ ବୋଲି ଆଶା ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories