www.samajalive.in
Sunday, December 14, 2025
26.1 C
Bhubaneswar

ତାଲାବନ୍ଦ ନିୟମ ଭାଙ୍ଗିଲେ ୨ବର୍ଷ ଜେଲ୍‍

ନୂଆଦିଲ୍ଲୀ : ଲକଡାଉନ (ତାଲାବନ୍ଦ) ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ସ୍ୱରାଷ୍ଟ୍ର ବିଭାଗ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା (ଡିଏମ୍‍) ଆଇନ ୨୦୦୫ ଓ ଆଇପିସି ଆଧାରରେ ମାମଲା ରୁଜୁ କରିବାକୁ କୁହାଯାଇଛି। ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମୁଖ୍ୟ ସଚିବଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି ଯେ ଲକଡାଉନ ନିୟମରେ କୌଣସି ପ୍ରକାର କୋହଳତା ପ୍ରଦର୍ଶନ କରାଯିବ ନାହିଁ। ସୁପ୍ରିମକୋର୍ଟ ନିକଟରେ ଦେଇଥିବା ଅନୁଯାୟୀ ସମସ୍ତ ରାଜ୍ୟ ସରକାର, ସରକାରୀ କର୍ମଚାରୀ ଓ ସାଧାରଣ ନାଗରିକ ବିଶ୍ୱାସର ସହିତ କେନ୍ଦ୍ର ସରକାରଙ୍କ ନିର୍ଦେଶ, ପରାମର୍ଶକୁ ପାଳନ କରିବା ଦରକାର। ସ୍ୱରାଷ୍ଟ୍ର ସଚିବ କହିଛନ୍ତି ଯେ ଲକଡାଉନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନର ଧାରା ୫୧ରୁ ୬୦ ଓ ଆଇପିସି ଧାରା ୧୮୮ ଅନୁଯାୟୀ ଦଣ୍ଡିତ କରାଯାଇପାରିବ। ଏହି ଧାରା ଅନୁଯାୟୀ ଜଣଙ୍କୁ ସର୍ବନିମ୍ନ ୧ବର୍ଷରୁ ୨ବର୍ଷ ପର୍ଯ୍ୟନ୍ତ ଜେଲ୍‍ ଦଣ୍ଡ ସହିତ ଜୋରିମାନା ଦଣ୍ଡରେ ଦଣ୍ଡିତ କରାଯାଇପାରିବ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories