www.samajalive.in
Monday, December 8, 2025
14.1 C
Bhubaneswar

ରାଜ୍ୟର ସବୁ କୋଭିଡ଼ ହସ୍ପିଟାଲର ହେବ ଫାୟାର ସେପ୍ଟିଂ ଯାଞ୍ଚ : ଅଗ୍ନିଶମ ଡିଜି

ଭୁବନେଶ୍ୱର: ରାଜ୍ୟର ସବୁ କୋଭିଡ଼ ହସ୍ପିଟାଲର ଅଗ୍ନି ନିର୍ବାପକ ବ୍ୟବସ୍ଥା  ଯାଞ୍ଚ କରାଯିବ । କୋଭିଡ଼ ହସ୍ପିଟାଲରେ ଅଧିକାରୀମାନେ ଫାୟାର ସେପ୍ଟିଂ ବ୍ୟବସ୍ଥା ଯାଞ୍ଚ କରିବେ । ଏନେଇ ନିର୍ଦେଶ ଦେଇଛନ୍ତି ରାଜ୍ୟ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି । ରାଜ୍ୟର ବିଭିନ୍ନ ଜିଲାରେ ଥିବା କୋଭିଡ୍ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟରର ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ କରିବାକୁ ଆସିଷ୍ଟାଂଟ୍ ଫାୟାର ଅଫିସର ଏବଂ ଡେପୁଟି ଫାୟାର ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି । ରାଜ୍ୟରେ ଥିବା କୋଭିଡ୍ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟର ରୋଗୀଙ୍କ ସୁରକ୍ଷା ପାଇଁ କଣ ବ୍ୟବସ୍ଥା କରାଯାଇଛି ତାର ଯାଞ୍ଚ କରାଯିବ । ଏଥି ସହିତ ଯଦି କୌଣସି କୋଭିଡ୍ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟରରେ କିଛି ସମସ୍ୟା ଥାଏ ତେବେ ଯଥା ଶିଘ୍ର ଉପଯୁକ୍ତ ପଦକ୍ଷେପ ନେବାକୁ କୋଭିଡ଼ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି ।


ସୂଚନାଯୋଗ୍ୟ  ଗୁଜୁରାଟର ଅହମ୍ମଦାବାଦ କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କ ଜୀବନ ଚାଲିଯିବା ପରେ ଆମ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଥିବା ଅଗ୍ନି ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଥିଲା । ଯାହା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି ।

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories