ଅଲିମୁଦ୍ଦିନ ହତ୍ୟାକାଣ୍ଡ ମାମଲା; ୧୧ ଜଣଙ୍କୁ ଆଜୀବନ ଜେଲ

0

ରାଞ୍ଚି : ରାମଗଡ଼ରେ ଦେଶର ବହୁଚର୍ଚ୍ଚିତ ପ୍ରଥମ ଗୋସୁରକ୍ଷା ନାମରେ ହତ୍ୟାକାଣ୍ଡ (ଅଲିମୁଦ୍ଧିନ ହତ୍ୟା) ମାମଲାରେ ରାମଗଡ଼ ଫାଷ୍ଟଟ୍ରାକ୍‌ କୋର୍ଟ ବୁଧବାର ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । କୋର୍ଟକୁ ଗଲାବେଳେ ଅଭିଯୁକ୍ତମାନେ ଜୟ ଶ୍ରୀରାମ ନାରା ଦେଉଥିବା ଦେଖିବାକୁ ମିଳିଥିଲା । ମାମଲାର ଶୁଣାଣି ସମୟରେ ଅଦାଲତକୁ ପୁଲିସ୍‌ ଛାଉଣୀରେ ରଖାଯାଇଥିଲା ।

ମାମଲାର ବିବରଣୀ ଅନୁସାରେ ୨୯ ଜୁନ୍‌ ୨୦୧୭ରେ ରାମଗଡ଼ ବଜାରରେ ଅଲିମୁଦ୍ଦିନ ନାମକ ଜଣେ ବ୍ୟକ୍ତିଙ୍କୁ ଗୋ ମାଂସ ଚୋରା ଚାଲଣ ଅଭିଯୋଗରେ ଲୋକେ ପିଟି ପିଟି ହତ୍ୟା କରିଥିଲେ। ସେତେବେଳେ ଏହି ମାମଲା ଦେଶ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା । ମାମଲା ରୁଜୁ ହେବା ପରେ ୧୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ରାମଗଡ଼ ଏଡିଜେ-୨ ଓମ ପ୍ରକାଶଙ୍କ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା । ଗତ ଶୁକ୍ରବାର ୧୨ ଜଣଙ୍କ ମଧ୍ୟରୁ ୧୧ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଜଣେଙ୍କୁ ନିର୍ଦୋଷରେ ଖଲାସ କରାଯାଇଛି ।

ଅଦାଲତରେ ୮ ମାସ ୧୭ ଦିନରେ ଏହି ମାମଲାର ଶୁଣାଣି ଶେଷ ହୋଇଛି । ଅଭିଯୁକ୍ତଙ୍କୁ ଆଇପିସି ଧାରା ୧୪୭, ୧୪୮, ୪୨୭/୧୪୯, ୧୩୫/୧୪୯, ୩୦୨/୧୪୯ରେ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡ ରାୟ ଦିଆଯାଇଛି । ଏହି ମାମଲାରେ ୩ ମୁଖ୍ୟ ଅଭିଯୁକ୍ତଙ୍କୁ ଆଇପିସି ଧାରା ୧୨୦ରେ ଦୋଷୀ ସାବ୍ୟସ୍ତ କରାଯାଇଛି । ୨୦ ସାକ୍ଷ୍ୟଙ୍କ ସାକ୍ଷୀକୁ ଭିତ୍ତିକରି ଧର୍ମ ନାମରେ ଦଙ୍ଗା, ମାରପିଟ, ପୋଡ଼ାଜଳା ଏବଂ ହତ୍ୟା ଧାରାରେ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି ।

Leave A Reply