www.samajalive.in
Monday, December 15, 2025
17.1 C
Bhubaneswar

ଉତ୍ତରାଖଣ୍ଡରେ ସତର୍କତା ଜାରି, ଅମୃତପାଲକୁ ଖୋଜୁଛି ପୁଲିସ

ଡେସ୍କ: ଖଲିସ୍ତାନ ସପକ୍ଷବାଦୀ ନେତା ତଥା ‘ୱାରିସ୍‌ ପଞ୍ଜାବ ଦେ’ ମୁଖ୍ୟ ଅମୃତପାଲ ସିଂହ ଓ ତାଙ୍କ ସହଯୋଗୀ ଉତ୍ତରାଖଣ୍ଡରେ ଥିବା ସନ୍ଦେହରେ ସେଠାରେ ସତର୍କତା ଜାରି କରାଯାଇଛି। ସେ ତାର ସହଯୋଗୀ ସହ ଉତ୍ତରାଖଣ୍ଡରେ ପ୍ରବେଶ କରିଥିବା ପୁଲିସ ସୂଚନା ପାଇଛି ତେଣୁ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ଓ ଅମୃତପାଲକୁ ଗିରଫ କରିବା ଉଦ୍ଦେଶ୍ୟରେ ଏହି ସତର୍କତା ଜାରି କରାଯାଇଛି। ଡେରାଡୁନ, ହରିଦ୍ୱାର ଓ ଉଦ୍ଧମସିଂ ନଗର ଅଞ୍ଚଳରେ ସତର୍କତା ଜାରି କରାଯାଇଥିବା ସେଠାକାର ପୁଲିସ ମହାନିର୍ଦ୍ଦେଶକ ଅଶୋକ କୁମାର କହିଛନ୍ତି।

ପୁଲିସ ପକ୍ଷରୁ ସେହି ୩ଟି ଜିଲ୍ଲାରେ ବ୍ୟାପକ ଖାନତଲାସୀ କରାଯାଉଛି ଓ ସୀମାବର୍ତ୍ତୀ ଅଂଚଳରେ ଯାନବାହାନ ଯାଞ୍ଚ କରାଯାଉଛି। ଏହି ଘଟଣାରେ ପଞ୍ଜାବରେ ଆସନ୍ତି ସୃଷ୍ଟି କରୁଥିବା ଅଭିଯୋଗରେ ୨୦୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କ ନାମରେ ପୂର୍ବରୁ ଅପରାଧିକ ମାମଲା ରହିଥିବା ଜଣାପଡିଛି।

- Advertisement -

ଗତକାଲି ଅମୃତପାଲ ସିଂହ ଓ ତାଙ୍କ ସହଯୋଗୀ ପାପଲପ୍ରୀତ ସିଂହଙ୍କୁ ନିଜ ଘରେ ଆଶ୍ରୟ ଦେଇଥିବା ଜଣେ ମହିଳାଙ୍କୁ ହରିୟାଣା ପୁଲିସ ଗିରଫ କରିଛି। ଗିରଫ ମହିଳା ହେଉଛନ୍ତି ବଲଜିତ କୌର। ପୁଲିସ କହିଛି ଯେ ଗତ ରବିବାର ଅମୃତପାଲ ପଞ୍ଜାବରୁ ଫେରାର ହୋଇ ହରିୟାଣା ଚାଲିଆସିବା ପରେ ବଲ୍‌ଜିତ ଘରେ ଆଶ୍ରୟ ନେଇଥିଲେ। ବଲଜିତ୍‌ଙ୍କୁ ଏବେ ପଞ୍ଜାବ ପୁଲିସକୁ ହସ୍ତାନ୍ତର କରାଯାଇଥିବା କୁରୁକ୍ଷେତ୍ର ଏସପି ସୁରିନ୍ଦର ସିଂହ ଭୋରିଆ କହିଛନ୍ତି। ସେହିପରି ଅମୃତପାଲଙ୍କ ସୁରକ୍ଷା ଦାୟିତ୍ବରେ ଥିବା ତେଜିନ୍ଦର ସିଂହ ଗିଲ୍ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ତେଜିନ୍ଦରଙ୍କ ଘର ଲୁଧିଆନା ଜିଲାର ଖାନ୍ନା ଅଞ୍ଚଳରେ। ତେଜିନ୍ଦର ପାଖରେ ଅସ୍ତ୍ରଶସ୍ତ୍ର ରଖିବାର ଲାଇସେନ୍ସ ନଥିବାବେଳେ ସେ ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିଥାଏ। ଏଥିପାଇଁ ତେଜିନ୍ଦର ବିରୋଧରେ ଆଇପିସି ଧାରା ୧୮୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଅମୃତପାଲଙ୍କ ୨୦୭ ଜଣ ସହଯୋଗୀଙ୍କୁ ଗିରଫ କରାଗଲାଣି। ତେବେ ଏହି ଘଟଣାରେ କୌଣସି ନିରୀହ ଲୋକଙ୍କୁ ହଇରାଣ କରାଯାଇ ନଥିବା ପୁଲିସ କହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories