ପଶୁ ଚର୍ମରୋଗ ଲମ୍ପି ସ୍କିନ ରୋଗକୁ ନେଇ ସତର୍କତା ଜାରୀ, ହେବନି ପ୍ରାଣୀମେଳା ଓ ପ୍ରଦର୍ଶନୀ

ଡେସ୍କ: ବିଭିନ୍ନ ରାଜ୍ୟରେ ଗାଈଗୋରୁ ଓ ମଇଁଷି ମାନଙ୍କ ଦେହରେ ଦେଖା ଦେଉଥିବା ଚର୍ମ ରୋଗ ବା ଲମ୍ପି ସ୍କିନ ରୋଗ ରୋଗ ବ୍ୟାପିବା ପରେ ରାଜ୍ୟ ସରକାର ସତର୍କତା ଜାରି କରିଛନ୍ତି। ପ୍ରାଣୀ ସମ୍ପଦ ବିଭାଗ ସଚିବ ଅରବିନ୍ଦ ପାଢ଼ୀ ବାଲେଶ୍ୱର, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, ନବରଙ୍ଗପୁର, ରାୟଗଡ଼଼ା, ଗଞ୍ଜାମ, ଗଜପତି, ନୂଆପଡ଼ା, ସୁନ୍ଦରଗଡ଼, ବରଗଡ଼଼, କଳାହାଣ୍ଡି, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ପତ୍ର ଲେଖି ଆଲର୍ଟ କରିଛନ୍ତି।

ଏ ନେଇ ଜାରି ସ୍ୱତନ୍ତ୍ର ମାର୍ଗଦର୍ଶିକାରେ ଆନ୍ତରାଜ୍ୟ ଗୋ ମଇଁଷି ପରିବହନ ଉପରେ କଟକଣା ସହ ପ୍ରାଣୀମେଳା ଓ ପ୍ରଦର୍ଶନୀ ଉପରେ ରୋକ ଲଗାଯିବା ବିଷୟ ଉଲ୍ଲେଖ ରହିଛି। ବିଶେଷକରି ସୀମାବର୍ତୀ ଜିଲ୍ଲା ଓ ବ୍ଲକ ଉପରେ ଧ୍ୟାନ ଦେବାକୁ କୁହାଯାଇଛି।

Comments are closed.