www.samajalive.in
Friday, December 5, 2025
23.1 C
Bhubaneswar

କେୱାଇସି ଠକେଇରୁ ନିଜକୁ ଏଭଳି ସୁରକ୍ଷିତ ରଖନ୍ତୁ

ଭୁବନେଶ୍ୱର : ସାଇବର ଅପରାଧର ଏକ ସାଧାରଣ ରୂପ ହେଉଛି କେୱାଇସି ଠକେଇ, ଯେଉଁଥିରେ ସାଇବର ଅପରାଧୀମାନେ ସିଧାସଳଖ କଲ କରି ସାମାନ୍ୟ ଫି ବିନିମୟରେ ଅତିଶୀଘ୍ର କେୱାଇସି ଯାଂଚ କରିବାର ଅଫର ଦେଇ ସରଳ ଉପଭୋକ୍ତାମାନଙ୍କୁ ଠକିଥାନ୍ତି । ସାଧାରଣତଃ ଜରୁରୀ କାମ ପ୍ରତି ରହିଥିବା ମାନସିକତାର ସୁଯୋଗ ନେଇ ଠକମାନେ ଲୋକଙ୍କୁ କଲ କରି କେୱାଇସି ସମ୍ପୂର୍ଣ୍ଣ କରିବା ପାଇଁ ବାଧ୍ୟ କରିଥାନ୍ତି । ଏହା ପରେ ସେମାନେ ଏକ ସାମାନ୍ୟ ଫି ବିନିମୟରେ ପ୍ରକ୍ରିୟାକୁ ଶୀଘ୍ର କରିବା ପାଇଁ ପ୍ରସ୍ତାବ ଦିଅନ୍ତି ଏବଂ ସେଥିପାଇଁ ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରନ୍ତି କିମ୍ବା ଏକ ସ୍କ୍ରିନ ସେୟାର କରୁଥିବା ଆପ୍‌ ଡାଉନଲୋଡ କରିବାକୁ ମଧ୍ୟ ପରାମର୍ଶ ଦିଅନ୍ତି । ଏହି ଆପ ଦ୍ୱାରା ଠକମାନେ ତଥାକଥିତ କେୱାଇସି ପ୍ରକ୍ରିୟା ସମୟରେ ବ୍ୟାଙ୍କ ବିବରଣୀ ଏବଂ ଏଂଟର କରାଯାଇଥିବା ଓଟିପି ସମେତ ପୀଡ଼ିତଙ୍କ ସ୍କ୍ରିନ ଦେଖିପାରନ୍ତି । ଠକେଇର ଶିକାର ବ୍ୟକ୍ତି ଘଟଣାଟିକୁ ବୁଝିବା ପୂର୍ବରୁ ଠକାମିର ଶିକାର ହୋଇଯାଆନ୍ତି ।

ତେବେ ଧ୍ୟାନ ଦେବା ଜରୁରୀ ଯେ ଫୋନ୍‌ କଲ୍‌ କରି କିମ୍ବା କୌଣସି ଥାର୍ଡ ପାର୍ଟି ଆପ୍‌ ଡାଉନଲୋଡ କରି କେୱାଇସି କରିବା ସମ୍ଭବ ନୁହେଁ । ଆପଣଙ୍କୁ ଠକିବା ପାଇଁ, ଠକମାନେ ଆପଣଙ୍କୁ କହିପାରନ୍ତି ଯେ ଆପଣଙ୍କ ବିଦ୍ୟମାନ ବ୍ୟାଙ୍କ କେୱାଇସି ଏବଂ ଡିଜିଟାଲ ୱାଲେଟ ଅବୈଧ ଅଟେ ଏବଂ ସେମାନେ ଏହାକୁ ଅନଲାଇନରେ ପୁନଃ-ବୈଧ କରି ଦେଇପାରିବେ । ଯାହାକି ସମ୍ଭବ ନୁହେଁ । ତେଣୁ ଆପଣଙ୍କ ବ୍ୟାଙ୍କ ଆକାଉଂଟ, କାର୍ଡ କିମ୍ବା ଏହିପରି ଅନ୍ୟ କୌଣସି ବିବରଣୀ କଲ୍‌ କରିଥିବା ବ୍ୟକ୍ତିଙ୍କୁ ଦିଅନ୍ତୁ ନାହିଁ । କଲ କରିଥିବା ଅଜଣା ବ୍ୟକ୍ତିଙ୍କ ଅନୁରୋଧରେ ସ୍କ୍ରିନ ସେୟାର କରୁଥିବା କୌଣସି ଆପକୁ ଡାଉନଲୋଡ କରନ୍ତୁ ନାହିଁ । ଏହି ଆପ୍‌ଗୁଡ଼ିକ ଠକମାନଙ୍କୁ ଆପଣଙ୍କ ପାସୱାର୍ଡ, ପିନ୍‌ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିବରଣୀ ଦେଖିବାକୁ ଅନୁମତି ଦେଇଥାଏ । ପ୍ରକୃତ ଫୋନପେ ପ୍ରତିନିଧି ଆପଣଙ୍କୁ ଫୋନରେ କେୱାଇସି କରିବା ପାଇଁ କେବେବି କଲ୍‌ କରନ୍ତି ନାହିଁ କିମ୍ବା ଆପଣଙ୍କୁ ଥାର୍ଡ-ପାର୍ଟି ଆପଗୁଡ଼ିକ ଡାଉନଲୋଡ କରିବାକୁ କୁହନ୍ତି ନାହିଁ ।

- Advertisement -

ଠକାମିରୁ ସୁରକ୍ଷିତ ରହିବା ପାଇଁ ଆପଣଙ୍କୁ ଅନେକ ବିଷୟଗୁଡ଼ିକ ମନେ ରଖିବା ଉଚିତ୍‌ । ଫୋନପେ କେବେ ବି ଗୋପନୀୟ କିମ୍ବା ବ୍ୟକ୍ତିଗତ ତଥ୍ୟ ପଚାରେ ନାହିଁ । ନିଜକୁ ଫୋନପେ ପ୍ରତିନିଧି ରୂପେ ପରିଚୟ ଦେଇ ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଏହି ଧରଣର ତଥ୍ୟ ପଚାରିଥାନ୍ତି ତେବେ ଦୟାକରି ସେମାନଙ୍କୁ ଇମେଲ୍‌ ପଠାଇବାକୁ କୁହନ୍ତୁ । କେବଳ ଅକ୍ଟ୍ରଷକ୍ଟଦ୍ଭରକ୍ଟ୍ରର.ମକ୍ଟଜ୍ଞ ଡୋମେଇନରୁ ଆସିଥିବା ଇମେଲର ଉତର ଦିଅନ୍ତୁ । ଯଦି ଆପଣ ଜଣେ ଠକ ଦ୍ୱାରା ଠକେଇର ଶିକାର ହୋଇଛନ୍ତି, ତେବେ ଫୋନପେ ଆପ୍‌ ବ୍ୟବହାର କରି କିମ୍ବା ଗ୍ରାହକ ସେବା ନମ୍ବରରେ ଫୋନ କରି କିମ୍ବା ଫୋନପେ ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ଆପଣ ତୁରନ୍ତ ଉକ୍ତ ଠକେଇ ବିଷୟରେ ଅଭିଯୋଗ କରିପାରିବେ । ଶେଷରେ, ଆପଣ ନିକଟସ୍ଥ ସାଇବର କ୍ରାଇମ ସେଲରେ ଠକେଇ ଅଭିଯୋଗର ରିପୋର୍ଟ କରିପାରିବେ କିମ୍ବା ରେ ଅନଲାଇନରେ https://www.cybercrime.gov.in/ ଅଭିଯୋଗ ରେଜିଷ୍ଟର କରିପାରିବେ କିମ୍ବା ୧୯୩୦ରେ ସାଇବର କ୍ରାଇମ ସେଲର ହେଲ୍ପଲାଇନକୁ ଯୋଗାଯୋଗ କରିପାରିବେ ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories