www.samajalive.in
Saturday, December 6, 2025
19.1 C
Bhubaneswar

ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ: ୧୦ରାଜ୍ୟର ୯୬ଟି ଆସନରେ ଚାଲିଛି ଭୋଟିଂ

ନୂଆଦିଲ୍ଲୀ: ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ୧୦ଟି ରାଜ୍ୟର ମୋଟ ୯୬ଟି ସଂସଦୀୟ କ୍ଷେତ୍ରରେ ମତଦାନ ଗ୍ରହଣ ଜାରି ରହିଛି। ଏହି ପର୍ଯ୍ୟାୟରେ ମୋଟ ୧୭୧୭ ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି। ଆନ୍ଧ୍ରପ୍ରଦେଶର ମୋଟ୍‌‌ ୨୫ଟି, ତେଲେଙ୍ଗାନାର ମୋଟ ୧୭ଟି ସମେତ ଉତ୍ତରପ୍ରଦେଶର ୧୩ଟି, ମହାରାଷ୍ଟ୍ରର ୧୧ଟି, ମଧ୍ୟପ୍ରଦେଶର ୮ଟି, ପଶ୍ଚିମବଙ୍ଗର ୮ଟି, ବିହାରର ୫ଟି, ଓଡ଼ିଶା ଏବଂ ଝାଡଖଣ୍ଡରେ ୪ଟି ଲେଖାଏଁ ଆସନ ଓ ଜମ୍ମୁ-କାଶ୍ମୀରର ଗୋଟିଏ ଆସନରେ ମତଦାନ ଗ୍ରହଣ କରାଯାଉଛି। ଚତୁର୍ଥ ପର୍ଯ୍ୟାରେ ୫ଜଣ କେନ୍ଦ୍ରମନ୍ତ୍ରୀ, ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ, ଦୁଇ କ୍ରିକେଟର ଏବଂ ଜଣେ ଅଭିନେତାଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।
ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୧୭.୭କୋଟି ମତଦାତା ନିଜର ମତଦାନ ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୮.୯୭କୋଟି ପୁରୁଷ ଭୋଟର ରହିଥିବା ବେଳେ ୮.୭୩କୋଟି ମହିଳା ଭୋଟର ରହିଛନ୍ତି। ମୋଟ ୧୯ଲକ୍ଷ ପୋଲିଂ ଅଧିକାରୀ ଏହି ପର୍ଯ୍ୟାୟରେ ନିୟୋଜିତ ହୋଇଛନ୍ତି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories