www.samajalive.in
Saturday, December 6, 2025
26.1 C
Bhubaneswar

ନିଜ ପୈତୃକ ଗ୍ରାମରେ ମତଦାନ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପତ୍ନୀ

ପଦ୍ମପୁର: ରାୟଗଡା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଜାରି ରହିଛି । ଗଣତନ୍ତ୍ରର ଏହି ମହାନ ଗଣ ପର୍ବରେ ସାମିଲ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ନିଜ ପୈତୃକ ଗ୍ରାମ ପଦ୍ମପୁର ବ୍ଲକ ଅନ୍ତର୍ଗତ ଡିବିରିସିଂ ଗ୍ରାମରେ ସେ ନିଜର ମତ ସାବ୍ୟସ୍ତ କରିଛନ୍ତି । ମତଦାନ କେନ୍ଦ୍ରକୁ ନିଜ ପରିବାର ସହ ଆସି ସାଧାରଣ ଭୋଟର ଭଳି ଲାଇନରେ ଛିଡ଼ା ହୋଇ ନିଜର ମତଦାନ କରିଛନ୍ତି । ଗିରିଧର ଗମାଙ୍ଗ ସହିତ ପୂର୍ବତନ ବିଧାୟିକା ତଥା ତାଙ୍କ ପତ୍ନୀ ହେମା ଗମାଙ୍ଗ ମଧ୍ୟ ଡିବିରିସିଂ ଗ୍ରାମରେ ନିଜର ମତ ସାବ୍ୟସ୍ତ କରିଛନ୍ତି । ସମ୍ବିଧାନ ଯେଉଁ ଅଧିକାର ଦେଇଛି ସେହି ଅଧିକାର ଅନୁସାରେ ମତଦାନ କରିଥିବା କହିଛନ୍ତି ଗିରିଧର ଗମାଙ୍ଗ। ଚଳିତ ନିର୍ବାଚନରେ ହେମାଙ୍କୁ ଚକ୍ରାନ୍ତ କରି ଟିକେଟ କଟାଯାଇଥିବା ମତ ପ୍ରକାଶ କରିଛନ୍ତି। ଉଚିତ୍ ପ୍ରାର୍ଥୀଙ୍କୁ ବାଛି ମତଦାନ କରିଥିବା କହିଛନ୍ତି ଗିରିଧରଙ୍କ ପତ୍ନୀ ହେମା ଗମାଙ୍ଗ।
ଅନ୍ୟପଟେ ପଦ୍ମପୁର ବ୍ଲକର ଜତ୍ତିଲି ପଞ୍ଚାୟତର ରେଲା, ଥୁଆଗୁଡି,ବୁଢାମୁଣ୍ଡି, କାଣ୍ଡକୁଟି ଅଞ୍ଚଳର ମତଦାତାମାନେ ୧୦ କିଲୋମିଟର ଦୂର ମାଳତୀପୁର ଭୋଟଦାନ କେନ୍ଦ୍ର ଓ ନାଇରା ପଞ୍ଚାୟତର ମାଟୁଗୁଡା ଗ୍ରାମର ମତଦାତା ମାନେ ୫ କିଲୋମିଟର ବାଡିଙ୍ଗା ଗ୍ରାମକୁ ଖରାରେ ଆସି ମତଦାନ କରିଥିବାରୁ ଲୋକମାନେ କ୍ଷୋଭ ପ୍ରକାଶ କରିଥିଲେ। ଗୁଣୁପୁର ନିର୍ବାଚନ ମଣ୍ଡଳୀର ୨୮୯ ମତଦାନ କେନ୍ଦ୍ରରେ ମତଦାତା ସେମାନଙ୍କ ମତଦାନ ସାବ୍ୟସ୍ତ କରୁଛନ୍ତି। ଗୁଣୁପୁର ନିର୍ବାଚନ ମଣ୍ଡଳୀର ବିଧାନ ସଭା ଆସନ ପାଇଁ ୧୨ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଜନତା ଏହି ୧୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୨୧ ହଜାର ୪୯୫ ଜଣ ଭୋଟର ରହିଥିବା ୧ ଲକ୍ଷ ୬ ହଜାର ୬୮୪ ଜଣ ପୁରୁଷ ଭୋଟର , ୧ ଲକ୍ଷ ୧୪ ହଜାର ୭୬୨ ଜଣ ମହିଳା ଭୋଟର ଓ ୪୯ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ମତ ଦାନ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories