ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

0

ପୁରୀ :  ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅନବସର ସେବା ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ଏହି ସମୟରେ ବଡ଼ ଦେଉଳରେ ପଟି ଦିଅଁଙ୍କ ପୂଜା କରାଯାଉଛି।  ତେଣୁ  ପରମ୍ପରା ଅନୁସାରେ ଏହି ସମୟରେ ଜଗନ୍ନାଥ ପ୍ରେମୀ ଭକ୍ତମାନେ ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବା ପାଇଁ ପହଂଚିଛନ୍ତି । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଅଲାରନାଥ ପୀଠ। ଶ୍ରୀଜୀଉଙ୍କ ଅନବସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନର ପୁଣ୍ୟ ମିଳେ ବୋଲି ଶାସ୍ତ୍ରୀୟ ମତ ରହିଛି।

prayash

ଚଳିତ ବର୍ଷ ୧୪ ଦିନ ଧରି ଏଠାରେ ଭକ୍ତଙ୍କ ସମାଗମ ହେବ। ପ୍ରତ୍ୟହ ହଜାର ହଜାର ଭକ୍ତ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବେ। ଅନବସର ଦର୍ଶନ ପାଇଁ ଅଲାରନାଥ ପୀଠ ସଜେଇ ହେବାକୁ ଲାଗିଲାଣି। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ଅଲାରନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ମଧ୍ୟମକାଳୀନ ଟ୍ରଷ୍ଟି ତଥା ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ ସେବାୟତ ନିଯୋଗ ଓ ୨ଗ୍ରାମ କମିଟିକୁ ଡାକି ଆଲୋଚନା କରିଛନ୍ତି। ଶାନ୍ତିଶୃଙ୍ଖଳାରେ କିପରି ଶ୍ରୀଜୀଉଙ୍କ ଅନବସର ଯାତ୍ରା ସମ୍ପନ୍ନ କରାଯିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବାରିକେଡ୍‍ ନିର୍ମାଣ କରାଯିବା ସହ ବ୍ୟାପକ ସୁରକ୍ଷାବ୍ୟବସ୍ଥା ଗ୍ରହଣ କରାଯାଇଛି। ଅପରାଧ ନିୟନ୍ତ୍ରଣ ପାଇଁ ମନ୍ଦିର ଚତୁଃପାର୍ଶ୍ବରେ ସିସିଟିଭି କ୍ୟାମେରା ଲଗାଯାଇଛି। ଖିରି ଭୋଗ ପାଇଁ ସମଗ୍ର ରାଜ୍ୟରେ ଅଲାରନାଥ ମନ୍ଦିର ପ୍ରସିଦ୍ଧ। ଠାକୁରଙ୍କୁ ଅନ୍ନ, ଖେଚୁଡି, ମିଠାଅନ୍ନ, ଡାଲି, ଡାଲମା, ବେସର, ମହୁର, ଖଟା ଓ ଖିରି ଭୋଗ କରାଯାଏ। ଏହାଛଡା ଶୁଖୁଲି ଭୋଗ କରାଯିବାର ବ୍ୟବସ୍ଥା ରହିଛି। ଅନବସର ସମୟରେ ଭଜନ, କୀର୍ତ୍ତନ, ପ୍ରବଚନ ଏବଂ ଯଜ୍ଞ ଅନୁଷ୍ଠିତ ହୋଇଥାଏ। ପୁରୀଠାରୁ ମାତ୍ର ୨୦କି.ମି ଦୂରରେ ଶ୍ରୀ ଅଲାରନାଥ ମନ୍ଦିର ଅବସ୍ଥିତ।

kalyan agarbati
Leave A Reply