www.samajalive.in
Sunday, December 14, 2025
23.1 C
Bhubaneswar

ଶ୍ରୀଜୀଉଙ୍କ ଗୁପ୍ତସେବା : ଅଲାରନାଥଙ୍କ ଦର୍ଶନ ପାଇଁ ଭିଡ

ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଣସର ଘରେ ଗୁପ୍ତସେବା ଆରମ୍ଭ ହୋଇଛି । ଏହି ସମୟରେ ସର୍ବସାଧାରଣ ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦର୍ଶନ କରିବା ଉପରେ କଟକଣା ରହିଛି । ଶ୍ରଦ୍ଧାଳୁମାନେ ଏବେ ବ୍ରହ୍ମଗିରିଠାରେ ଥିବା ଶ୍ରୀଅଲାରନାଥ ଦେବଙ୍କ ଦର୍ଶନ ପାଇଁ ଭିଡ ଜମାଇଛନ୍ତି । ଅଣସର ସମୟରେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କଲେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନଠାରୁ କୋଟି ପୂଣ୍ୟ ଅଧିକ ମିଳିଥାଏ ବୋଲି ବିଶ୍ୱାସ ରହିଛି।
ଅଲାରନାଥ ପୀଠରେ କ୍ଷୀରି ପ୍ରସାଦ ପାଇବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପ୍ରକାଶ ପାଇଥିବା ପରିଲକ୍ଷିତ ହୋଇଛି । ଭକ୍ତମାନେ ପୁଲିସ ସୁରକ୍ଷା ମଧ୍ୟରେ ବ୍ୟାରିକେଟ ଦେଇ ମନ୍ଦିରରେ ଶ୍ରୀଅଲାରନାଥଙ୍କ ସମେତ ମହାଲକ୍ଷ୍ମୀ ଏବଂ ଶ୍ରୀଚୈତନ୍ୟଙ୍କୁ ଦର୍ଶନ କରୁଛନ୍ତି । ସେଠାରେ ଆଜି ଭୋର ୪ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳଆଳତି, ଅବକାଶ, ଅଣସର ବେଶ ଆଦି କେତେକ ନୀତି ଶେଷ ହେବାପରେ ଚନ୍ଦନ ତୁଳସୀ ଲାଗିହୋଇ ସକାଳ ୬ଟା ବେଳକୁ ଦର୍ଶନ ଆରମ୍ଭ ହୋଇଥିଲା । ଦିନ ୧୨ଟାରେ ସକାଳଧୂପ, ଗୋଟାଏ ୩୦ମିନିଟରେ କ୍ଷୀରି ଭୋଗ ହୋଇ ଦିନ ୨ଟାରେ କିଛି ସମୟ ପାଇଁ ଶ୍ରୀଜୀଉଙ୍କ ପହୁଡ ନୀତି
ଅନୁଷ୍ଠିତ ହୋଇଥିଲା। ପ୍ରାୟ ୨ଟା ୧୫ରେ ଶ୍ରୀଜୀଉଙ୍କର ପୁନର୍ବାର ସର୍ବସାଧାରଣଙ୍କୁ ଦର୍ଶନ ଆରମ୍ଭ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ଆଜି ରାତି ୯ଟାରେ ସନ୍ଧ୍ୟା ଧୂପ ଓ ୧୦ଟାରେ ବଡସିଂହାର ବେଶ କରାଯିବ । ପ୍ରତିଦିନ ମନ୍ଦିର ପରିସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ଲାଗି ବ୍ୟବସ୍ଥା ହୋଇଛି। ଶ୍ରୀଅଲାରନାଥ ଦେବଙ୍କ ଏହି ଅଣସର ଦର୍ଶନ ୧୪ ଦିନ ଧରି ଚାଲିବ ।

ଅ୍ୟପକ୍ଷରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଣସର ଯୋଗୁଁ ବଡଦେଉଳରେ ଆଜିଠାରୁ ପଟ୍ଟି ଦିଅଁଙ୍କ ପୂଜା ଆରମ୍ଭ ହୋଇଛି । ଦଇତାପତି ସେବକମାନେ ଅଣସର ଘରେ ଶ୍ରୀବିଗ୍ରହମାନଙ୍କର ଗୁପ୍ତସେବା ଆରମ୍ଭ କରିଦେଇଛନ୍ତି ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories