www.samajalive.in
Sunday, December 14, 2025
18.1 C
Bhubaneswar

ଶିକ୍ଷାବିତ୍ କିଶୋର ଦାସଙ୍କୁ କାଠମାଣ୍ଡୁ ଆନ୍ତର୍ଜାତୀୟ ସମ୍ମିଳନୀରେ ଇଣ୍ଡୋଗ୍ଲୋବାଲ ଏଜୁକେସନ୍ ଏକ୍ସେଲେନ୍ସି ସମ୍ମାନ

ମାଲକାନଗିରି: ବିଶିଷ୍ଟ ଶିକ୍ଷାବିତ୍ କିଶୋର କୁମାର ଦାସ ଗତ ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ତିନିଦିନ ଧରି ନେପାଲ ରାଜ୍ୟ କାଠମାଣ୍ଡୁଠାରେ ଆନ୍ତର୍ଜାତୀୟ ଶିକ୍ଷା ଗବେଶଣା ଓ ତାଲିମ ପରିଷଦ ଦ୍ୱାରା ଅନୁଷ୍ଠିତ ଇଣ୍ଡୋ ଗ୍ଲୋବାଲ ଆନ୍ତର୍ଜାତୀୟ ବହୁମୁଖୀ ସମ୍ମିଳନୀରେ ଇଣ୍ଡୋ ଗ୍ଲୋବାଲ୍ ଶିକ୍ଷା ଏକ୍ସେଲେନସି ପୁରସ୍କାରରେ ସମ୍ମାନୀତ କରାଯାଇଛିା ଆଇ.ସି.ଇ.ଆର୍‌.ଟିର ଅଧ୍ୟକ୍ଷ ଡାକ୍ତର ଏସ୍‌.କେ. ସିଙ୍ଗମାର ଶ୍ରୀ ଦାସଙ୍କୁ ତଥା ଗବେଷଣା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରିଥିଲ। ମାଲେସିୟା କୁଆଲାମ୍ପୁର ଭିତିଭୁମି ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁମୋଦିତ ଏବଂ ନେପାଲ ତ୍ରିଭୁବନ ବିଶ୍ୱ ବିଦୟାଳୟ ଦ୍ୱାରା ସ୍ୱିକୃତିପ୍ରାପ୍ତ କାଠମାଣ୍ଡୁ ସ୍ଥିତ ହିମାଲୟନ କଲେଜ ଅଫ୍ ମ୍ୟାନେଜମେଂଟ ସହ ଯୋଗରେ ଆଇ.ସି.ଇ.ଆର୍‌.ଟି ଦ୍ୱାରା ଏହି ସମ୍ମିଳନୀ ଅନୁଷ୍ଠିତହୋଇଥିଲ।। ଏଥି ପୂର୍ବରୁ ଶ୍ରୀ ଦାସ ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇ ୫୦ରୁ ଊର୍ଦ୍ଧ୍ବ ପୁରସ୍କାରରେ ପୁରସ୍କୃତ ହୋଇଥିଲୋ ତାଙ୍କର ୩୦ରୁ ଉର୍ଧ ରିସର୍ଚ ପେପରବିଭିନ୍ନ ୟୁଜିସି ଜୋନାଲରେ ପ୍ରକାଶିତ ହୋଇ ସାରିଛିା ତାଙ୍କ ଦ୍ୱାରା ପ୍ରକାଶିତ ପ୍ରାୟ ୧୫ରୁ ଊର୍ଦ୍ଧ୍ବ ଏକାଡେମିକ ପୁସ୍ତକ ବେଶ୍ ଆଦୃତ ହୋଇଛିା ବର୍ତମାନ ଶ୍ରୀ ଦାସ ସୁରକ୍ଷା ବାହିନୀ ସମର୍ଥିତ ସରକାରଙ୍କ ଉନ୍ନୟନ ହସ୍ତକ୍ଷେପ କିପରି ମାଓବାଦୀ ସମସ୍ୟାକୁ ଦୂର କରିପାରିବ ସେ ସମ୍ପର୍କରେ ପି.ହେଚ୍‌ଡି ଜାରି ରଖିଛନ୍ତିା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories