www.samajalive.in
Monday, December 15, 2025
26.1 C
Bhubaneswar

ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି : ଆଜିଠୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅନବସର ସେବା ଆରମ୍ଭ ହେବ। ଏହି ସମୟରେ ଜଗନ୍ନାଥପ୍ରେମୀ ଭକ୍ତମାନେ ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବେ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଅଲାରନାଥଙ୍କ ପୀଠ। ଶ୍ରୀଜିଉଙ୍କ ଅନବସର ସମୟରେ ଅଲାରନାଥଙ୍କ ଦର୍ଶନ କଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନର ପୁଣ୍ୟ ମିଳେ ବୋଲି ଶାସ୍ତ୍ରୀୟ ମତ ରହିଛି। ୧୪ ଦିନ ଧରି ସେଠାରେ ଭକ୍ତଙ୍କ ସମାଗମ ହେବ। ପ୍ରତ୍ୟହ ହଜାର ହଜାର ଭକ୍ତ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବେ। ଶ୍ରୀଜୀଉଙ୍କ ଅନବସର ଯାତ୍ରା କିପରି ଶାନ୍ତି ଶୃଙ୍ଖଳା ସହକାରେ ସମ୍ପନ୍ନ ହେବ ସେ ଉପରେ ଗୁରୁତ୍ଵ ଦିଆଯାଉଛି। ଭୋର୍ ୪ଟାରୁ ମନ୍ଦିର ଦ୍ଵାର ଫିଟା , ୪ଟା ୧୫ରେ ମଙ୍ଗଳ ଆଳତି, ୫ଟାରେ ବେଶ , ୫ଟା ୩୦ରେ ଗୋପାଳବଲ୍ଲଭ, ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ସେହିପରି ଅପରାହ୍ନ ୨ଟାରେ ମଧ୍ୟାହ୍ନ ଧୂପ, ୨ଟା ୪୫ ରେ ସର୍ବସାଧାରଣ ଦର୍ଶନ , ସନ୍ଧ୍ୟା ୭ଟାରେ ଆଳତି ଓ ରାତି ୧୦ଟାରେ ବଡସିଂହାର ଧୂପ ଓ ବେଶ କରାଯିବା ନେଇ ସୂଚନା ରହିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories