www.samajalive.in
Sunday, December 7, 2025
26.1 C
Bhubaneswar

ଯାଜପୁରରେ ଝାଡ଼ାବାନ୍ତି ଅଣାୟତ୍ତ; ୭ ମୃତ, ୭୦୦ରୁ ଅଧିକ ଆକ୍ରାନ୍ତ

ଭୁବନେଶ୍ବର: ଯାଜପୁର ଜିଲାରେ ଝାଡାବାନ୍ତି ଅଣାୟତ୍ତ ସ୍ଥିତିରେ ପହଞ୍ଚିଛି। ବୁଧବାର ସନ୍ଧ୍ୟା ସୁଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ୭୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ଜଣଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସନତ ପାତ୍ରଙ୍କର ମୃତ୍ୟୁ ଘଟିଥିଲା ବେଳେ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତୁଳାରାମ ଶର୍ମାଙ୍କର ମୃତ୍ୟୁ ଘଟିଥିଲା।

୩ ବିଶେଷଜ୍ଞଙ୍କ ସମେତ ୨ ରାପିଡ୍ ଆକ୍ସନ୍ ଟିମ୍ ନିୟୋଜିତ

- Advertisement -

ବୁଧବାର ଦାନଗଦି ବ୍ଲକର ଉଚ୍ଚବାଲି ପଞ୍ଚାୟତ ତରାଇଲୋ ଗ୍ରାମର ସୁଦର୍ଶନ ପାତ୍ର (୫୫)ଙ୍କ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ବେଳେ କଟକ ବଡ଼ ମେଡ଼ିକାଲରେ ବସନ୍ତ ପାତ୍ର(୬୨)ଙ୍କ ମୃତ୍ୟୁ ଘଟିଛି। ସେହିପରି ବଡ଼ଚଣା ବ୍ଳକର ସମିଆଁ ପଞ୍ଚାୟତ କଳକଳା ଗ୍ରାମର

ଏସ୍‌ସିବିରେ ଡାକ୍ତରଙ୍କ ଛୁଟି ବାତିଲ

ମଦନମୋହନ ନାୟକ (୨୮) ଏବଂ ଶାଳପଡ଼ା ପଞ୍ଚାୟତ ତିଳପଦା ଗାଁର ବିରଞ୍ଚି ମଲ୍ଲିକ(୨୬)ଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । କୋରାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ କନ୍ତୋର ପଞ୍ଚାୟତ ଜଳନ୍ଦା ଗ୍ରାମର ରଞ୍ଜନ ମଳିକଙ୍କ ସ୍ତ୍ରୀ ଜାନକୀ (୫୫) ଙ୍କର ଅପରାହ୍ନରେ ମୃତ୍ୟୁ ଘଟିଛି।

କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ବି ପରମେଶ୍ବର ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ ଭେଟିବା ସ‌ହ ମେଡ଼ିକାଲ କର୍ତ୍ତୃପକ୍ଷ ଓ ଜିଲାପାଳ ପି ଅନ୍ଵେଷା ରେଡ୍ଡୀଙ୍କ ସ‌ହିତ ଆଲୋଚନା କରିଥିଲେ । ଚିକିତ୍ସାରେ

ଯେପରି ଅବହେଳା ପ୍ରଦର୍ଶନ କରାନଯାଏ ସେଥ୍‌ପ୍ରତି ଗୁରୁତ୍ବ ଦେବାକୁ କହିଥିଲେ। ରାଜ୍ୟ ସରକାର ଦୁଇଟି ଡାକ୍ତରୀ ଦଳ ରୋଗୀଙ୍କ ଚିକିତ୍ସା ନିମନ୍ତେ ପଠାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଅଧିକ ଯୋଗାଇ ଦିଆଯିବ ବୋଲି ଆରଡିସି ସୂଚନା ଦେଇଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସମେତ ରାଜ୍ୟସ୍ତରରୁ ସ୍ବତନ୍ତ୍ର ଭାବେ ଦୁଇଟି ରାପିଡ

ଅଞ୍ଚଳରେ ପହଞ୍ଚି ଜିଲା ଟିମ୍ ସହିତ ମିଳିତ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ରାଜ୍ୟସ୍ତରୀୟ ଟିମ୍‌ରେ ଡାକ୍ତର, ଅଣୁଜୀବ ବିଶେଷଜ୍ଞ, ସଂକ୍ରାମକ ରୋଗ ବିଜ୍ଞାନୀଙ୍କୁ ସାମିଲ କରାଯାଇଛି। ସମନ୍ୱିତ ରୋଗ ନିରୀକ୍ଷଣ ପରିଯୋଜନାର ଯୁଗ୍ମ ନିର୍ଦେଶକ ନିଜ ଟିମ୍ ସହ ମଧ୍ୟ କ୍ଷେତ୍ର ଅନୁଧ୍ୟାନ କରୁଛନ୍ତି। ବିଭାଗୀୟ ଶାସନ ସଚିବ ଅଶ୍ବଥୀ ଏସ୍. ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ବାସ୍ଥ୍ୟସେବା ଏବଂ ଜନସ୍ବାସ୍ଥ୍ୟ ସେବା ଟିମ୍ ସମନ୍ୱିତ ଭାବେ କାର୍ଯ୍ୟାରମ୍ଭ କରିଛନ୍ତି। ମହାରାଜା ଯଯାତି କେଶରୀ ମେଡିକାଲ କଲେଜ, ଯାଜପୁର ଏବଂ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ କଟକରୁ ବିଶେଷଜ୍ଞ ଡାକ୍ତରମାନଙ୍କୁ ପ୍ରଭାବିତ ଅଞ୍ଚଳରେ ନିୟୋଜିତ କରାଯାଇଛି। ଜନସ୍ୱାସ୍ଥ୍ୟ ନିର୍ଦେଶାଳୟ ଏବଂ ଡିଏମଇଟି କାର୍ଯ୍ୟାଳୟର ନିର୍ଦେଶ କ୍ରମେ ବୁଧବାର କଟକ ବଡ ମେଡିକାଲର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଯାଜପୁର ଅଭିମୁଖେ ଯାତ୍ରା କରିଛି। କଟକ ବଡ଼ ଡାକ୍ତରଖାନାରେ ମଙ୍ଗଳବାର ରାତି ସୁଦ୍ଧା ଯାଜପୁରରୁ ୨୪ଜଣ ଆକ୍ରାନ୍ତ ଆସିଥିବା ବେଳେ ଆଜି ୧୫ଜଣ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ବଡ ଡାକ୍ତରଖାନାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ସାମ୍ପ୍ରତିକ ପରିସ୍ଥିତିକୁ ନଜରରେ ରଖି ବଡ଼ ଡାକ୍ତରଖାନାର ସମସ୍ତ ଡାକ୍ତରଙ୍କ ଛୁଟି ବାତିଲ କରାଯାଇଛି। ଡାକ୍ତରଖାନା ଡାଏରିଆ ୱାର୍ଡରେ ନର୍ସିଂ ଅଫିସରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି।

ସଂକ୍ରମିତ ହୋଇଥିବା ରୋଗୀମାନଙ୍କୁ ଧର୍ମଶାଳା, ଯାଜପୁର ରୋଡ, ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଏହିସବୁ ଚିକିତ୍ସାଳୟକୁ ଯଥେଷ୍ଟ ପରିମାଣର ଔଷଧ, ସାଲାଇନ, ଇଞ୍ଜେକସନ ଆଦି ସହ ଅଧିକ ମାନବ ସମ୍ବଳ ଯୋଗାଇ ଦିଆଯାଇଛି। ଗୁରୁତର ରୋଗୀମାନଙ୍କୁ କଟକ ବଡ଼ ମେଡିକାଲରେ ଚିକିତ୍ସା କରାଯାଉଛି। ରେଫର ହୋଇ ଆସିଥିବା ରୋଗୀଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ଏସ୍‌ସିବି ଅଧ୍ୟକ୍ଷଙ୍କୁ କୁହାଯାଇଛି। ଗ୍ରାମୀଣ ପାଇପ୍ ଜଳ ଯୋଗାଣ ଟିମ୍ କ୍ଷେତ୍ରସ୍ତରରେ ସମସ୍ତ ପାନୀୟ ଜଳ ସ୍ରୋତ ଓ ଜଳ ଉତ୍ସକୁ ବିଶୋଧିତ କରୁଛନ୍ତି। ଖାଦ୍ୟ ତନଖି ଟିମ୍ ଏବଂ ରୋଗ ନିରୀକ୍ଷଣ ଟିମ୍ କ୍ଷେତ୍ରସ୍ତରରେ ସେମାନଙ୍କ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଛନ୍ତି। ତୃଣମୂଳସ୍ତରରେ କାର୍ଯ୍ୟରତ ସ୍ବାସ୍ଥ୍ୟ ଉପକେନ୍ଦ୍ର, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ବହୁମୁଖୀ ସ୍ବାସ୍ଥ୍ୟକର୍ମୀଙ୍କୁ ଯଥେଷ୍ଟ ପରିମାଣର ହାଲୋଜେନ୍ ବଟିକା, ଓ.ଆର.ଏସ୍ ପ୍ୟାକେଟ, ଔଷଧ ଓ ସଚେତନତା ବାର୍ତ୍ତା ସମନ୍ୱିତ ସୂଚନା ପତ୍ର ଲୋକଙ୍କ ମଧ୍ୟରେ ବଣ୍ଟନ ପାଇଁ ଯୋଗାଇ ଦିଆଯାଇଛି। ଜିଲା ପ୍ରଶାସନ ଦ୍ବାରା ଗଣ ସଚେତନତା, ମାଇକ୍ ମାଧ୍ୟମରେ ସୂଚନା ପ୍ରଚାର ଆଦି କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେବା, ବାହାରର ଦୂଷିତ ଖାଦ୍ୟ ନ ଖାଇବା, ନିରାପଦ ଜଳ ପିଇବା ଏବଂ ସ୍ବାସ୍ଥ୍ୟ ସୁରକ୍ଷା ଜନିତ ଅଭ୍ୟାସ ଆପଣେଇବା ନିମନ୍ତେ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories