ଆଖଣ୍ଡଳମଣି ନୋଡାଲ ଉଚ୍ଚ ବିଦ୍ୟାଳୟକୁ ଜିଲା ଶିକ୍ଷା ବିଭାଗର ଅଣଦେଖା
କାଗଜକଲମରେ ସିମୀତ ପ୍ରାଥମିକ ଉଚ୍ଚମାଧ୍ୟମିକ ମିଶ୍ରଣ ପ୍ରକିୟା, ପିଅନ-ଝାଡୁଦାର ଥାଇ ମଧ୍ୟ ଶ୍ରେଣୀଗୃହ ଓଳାଉଛନ୍ତି ଛାତ୍ରଛାତ୍ରୀ
ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମରେ ଥିବା ବହୁ ପୁରାତନ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଆଖଣ୍ଡଳମଣି ନୋଡାଲ ଉଚ୍ଚ ବିଦ୍ୟାଳୟକୁ ଜିଲା ଶିକ୍ଷା ବିଭାଗର ଅଣଦେଖା ଯୋଗୁଁ ଏବେ ଅଧ୍ୟୟନ କରୁଥିବା ୩ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ ହେବାକୁ ବସିଛି। ତାହାସହ ଏହି ବିଦ୍ୟାଳୟରେ ପ୍ରର୍ଯ୍ୟାପ୍ତ ପରିମାଣରେ ଭିତିଭୂମି ରହିଥିଲେ ମଧ୍ୟ କାର୍ଯ୍ୟରତ ପ୍ରଧାନ ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା କୋମଳମତି ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ନିମନ୍ତେ ଦୀର୍ଘ ୩ଶହ ମିଟର ଚାଲିଚାଲି ଯାଇଥାନ୍ତି। ଏପରିକି ସେହି ରାସ୍ତାରେ ବିଷଧର ସରିସୃପ ବସବାସ କରୁଥିବାରୁ ଭୟରେ ବହୁ ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନ ନଖାଇ ଘରକୁ ଫେରୁଛନ୍ତି। ଶିକ୍ଷାବିଭାଗର ନିୟମ ଅନୁଯାୟୀ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟ ପରିସରରେ ମଧ୍ୟାହ୍ନଭୋଜନ କରିବାର ନିୟମ ରହିଛି। କିନ୍ତୁ ତାହା ଏଠାରେ ପାଳନ କରାଯାଉ ନାହିଁ।
ସେହିପରି ବିଦ୍ୟାଳୟରେ ଫାଟକ ନଥିବା ବେଳେ ରାସ୍ତାରେ ବର୍ଷାପାଣି ଜମି ରହିଥିବାରୁ ଅସୁରକ୍ଷିତ ଭାବେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ କଡରେ ଯାଇଥିବା ଜାତୀୟରାଜପଥ ଦେଇ ଯାତାୟତ କରିଥାନ୍ତି। ସେହିପରି ବିଦ୍ୟାଳୟରେ ଜଣେ ରାତ୍ରଜଗୁଆଳି, ଝାଡୁଦାର ଓ ପିଅନ ରହିଥିବା ବେଳେ ଛାତ୍ରଛାତ୍ରୀମାନେ ଅଧ୍ୟୟନ ପୂର୍ବରୁ ସମସ୍ତ ଶ୍ରେଣୀଗୃହର ତାଲା ଖୋଲିବା ସହ ଝାଡୁ ମାରିଥାନ୍ତି। ଏପରିକି ବିଦ୍ୟାଳୟ ଚତୁଃପାର୍ଶ୍ବରେ ପାଚେରୀ ନଥିବାରୁ ବୁଲା ଗାଈଗୋରୁଙ୍କ ମଳ ମଧ୍ୟ ପରିସ୍କାର କରିଥାନ୍ତି କୋମଳମତି ଛାତ୍ରଛାତ୍ରୀମାନେ। ଏ ବାବଦରେ ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିବାବକ ଓ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନଥିବା ସେମାନେ ଅଭିଯୋଗ ଆଣିଛନ୍ତି। ସବୁଠାରୁ ବଡକଥା ହେଲା ଦୀର୍ଘ ୧ବର୍ଷତଳେ ସରକାରଙ୍କ ନିୟମ ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟ ସହ ମିଶ୍ରଣ କରାଯାଇଥିଲେ ମଧ୍ୟ ତାହା କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଥିବା ଅଭିବାବକମାନେ ପ୍ରକାଶ କରିଛନ୍ତି। ବିଶେଷକରି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଖାମଖିଆଲି ମନଭାବ ଯୋଗୁ ଉଭୟ ଶିକ୍ଷକମାନଙ୍କ ମଧ୍ୟରେ ସମନ୍ୱୟ ରହୁନଥିବାରୁ ବିଭିନ୍ନ ସମୟରେ ଶିକ୍ଷକଙ୍କ ବିବାଦରେ ଛାତ୍ରଛାତ୍ରୀମାନେ ବଳି ପଡୁଥିବା ଅଭିବାବକାମନେ ପ୍ରକାଶ କରିଛନ୍ତି। ସେହିପରି ଉଭୟ ବିଦ୍ୟାଳୟ ମିଶ୍ରଣ ହୋଇଥିଲେ ମଧ୍ୟ ଶିକ୍ଷକଙ୍କ ଡ୍ରେସକୋଡ ଅଲଗା ଅଲଗା ରହିବା, ୨ଟି କାର୍ଯ୍ୟାଳୟ ରହିବା ଘଟଣା ସାଧାରଣରେ ନାନ ପ୍ରଶ୍ନ ଉଙ୍କି ମାରିଛି।
ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ପ୍ରର୍ଯ୍ୟାପ୍ତ ପରିମାଣର ଶ୍ରେଣୀଗୃହ ରହିଛି। ହେଲେ ବର୍ଷାଋତୁ ପ୍ରାରମ୍ଭରୁ ଶେଷ ପ୍ରର୍ଯ୍ୟନ୍ତ ବିଦ୍ୟାଳୟ ଚତୁଃପାର୍ଶ୍ବରେ ବର୍ଷାପାଣି ଆଣ୍ଠୁଏ ଉଚ୍ଚରୁ ଜମି ରହିଥିବାରୁ ଦୈନନ୍ଦିନ ଛାତ୍ରଛାତ୍ରୀମାନେ ସେହି ବର୍ଷାପାଣିରେ ପଶି ଯାତାୟତ କରୁଥିବା ବେଳେ ଗୋଟିଏ ଶ୍ରେଣୀଗୃହରେ ୨/୩ଟି ଶ୍ରେଣୀର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏପରିକି ବିଦ୍ୟାଳୟ ପଡିଆ ଓ ଚତୁଃପାର୍ଶ୍ବରେ ଅନାବନା ଗଛ ରହିଥିବାରୁ ବହୁ ବିଷଧର ସରିସୃପ ବସବାସ କରୁଥିଲେ ମଧ୍ୟ ତହାର କିଛି ପଦକ୍ଷପ ନିଆଯାଉନଥିବା ଅଭିବାବକମାନେ ପ୍ରକାଶ କରିଛନ୍ତି। ଏପରି ସମସ୍ୟା ବାବଦରେ ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁଙ୍କୁ ପଚାରିବାରୁ ସ୍ୱଛଭାରତ ନିୟମ ଅନୁଯାୟୀ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ସଫେଇ କରିବା ସହିତ ଓଳେଇବେ, ତାହାସହ ବିଦ୍ୟାଳୟ ପରିସରରେ ଯେଉଁଠି ମଧ୍ୟାହ୍ନଭୋଜନ ରୋଷେଇ ହେବ ସେଠାକୁ ଯାଇ ଛାତ୍ରଛାତ୍ରୀମାନେ ଖାଇବାର ବ୍ୟବସ୍ଥା ରହିଛି।
ଅନ୍ୟପକ୍ଷରେ ୭ଦିନ ମଧ୍ୟରେ ଯଦି ବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟାର ସମାଧାନ ନ ହୁଏ, ତେବେ ଅଭିବାବକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
Comments are closed.