www.samajalive.in
Saturday, December 6, 2025
17.1 C
Bhubaneswar

ଶ୍ରାବଣ ଶେଷ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ହଜାର ହଜାର କାଉଡିଆ

ଆରଡି : ଶ୍ରାବଣ ମାସର ଶେଷ ସୋମବାରରେ ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ହଜାର ହଜାର କାଉଡିଆଙ୍କ ଭିଡ ଲାଗିଥିଲା । କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ରବିବାର ଠାରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସେହିପରି ପୀଠରେ ଥିବା ୩ଟି ନଦୀଘାଟରେ ଯେପରି ସୁରକ୍ଷିତ ଭାବେ କାଉଡିଆମାନେ ନଦୀ ପାର ହୋଇ ଆସିବେ,  ସେଥିପାଇଁ ନଦୀଘାଟର ଉଭୟ ପାର୍ଶ୍ବରେ ଓଡ୍ରାଫ ଟିମ ଓ ଅଗ୍ନିଶମ ବାହିନୀଙ୍କୁ ନିୟୋଜିତ କରାଯାଇଥିଲା। ଡଙ୍ଗାରେ ଅଧିକ ସଂଖ୍ୟକ କାଉଡିଆ ପାରି ନକରିବାକୁ ୨ଜଣ ଅଧିକାରୀଙ୍କ ସହ ୬ପ୍ଲାଟୁନ  ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଚଳିତ ବର୍ଷ ୫ଟି ସୋମବାର ପଡିଥିବାରୁ ଅତି ଆନନ୍ଦର ସହ କାଉଡିଆମାନେ ମଣିବାବାଙ୍କ ପାଖରେ ଜଳଲାଗି କରିଥିଲେ। କଟକରୁ କିଛି କାଉଡିଆ ନିଆରା ଢଙ୍ଘରେ ପାଣି ଭାର ଧରି ଦୀର୍ଘ ୧୧୦କିମି ବାଟ ଚାଲିଚାଲି ଆସି ମଣିବାବାଙ୍କ ମନ୍ଦିର ବେଢା ପରିକ୍ରମା କରିବା ସହିତ ଜଳ ଲାଗି କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories