www.samajalive.in
Saturday, December 6, 2025
26.1 C
Bhubaneswar

ଟ୍ରେନ୍‌ ସାମ୍ନାକୁ ଡେଇଁଲେ ପ୍ରେମୀ ଯୁଗଳ, ପ୍ରେମିକାଙ୍କ ମୃତ୍ୟୁ

ଟିଟିଲାଗଡ଼: ଟିଟିଲାଗଡ଼ କେସିଙ୍ଗା ରେଳ ଲାଇନର ଲୁଥୁରବନ୍ଧ ତେଲ ନଦୀ ବ୍ରିଜ ଉପରେ ମଙ୍ଗଳବାର ଏକ ପ୍ରେମୀ ଯୁଗଳ ମାଲବାହୀ ଟ୍ରେନ୍‌ ସାମ୍ନାକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଟ୍ରେନ ଧକ୍କାରେ କେସିଙ୍ଗା ଥାନା ଅନ୍ତର୍ଗତ ବିନେକେଲା ଗ୍ରାମର ଘନଶ୍ୟାମ ବାଗ (୨୦)ଙ୍କ ଗୋଟିଏ ପାଦ କଟି ଯାଇଛି। ଅନ୍ୟପକ୍ଷରେ ଘନଶ୍ୟାମ ସାଙ୍ଗରେ ଟ୍ରେନ ଆଗକୁ ଡେଇଁଥିବା ନାବାଳିକା ଝିଅର ମୃତ୍ୟୁ ଘଟିଛି। ଆହତ ଘନଶ୍ୟାମକୁ ଟିଟିଲାଗଡ଼ ଅଣାଯାଇଥିଲା। ସେଠାରୁ ଆରପିଏଫ ସବ ଇନ୍ସପେକ୍ଟର ଅଜୟ ସ୍ୱାଇଁ ଉପଖଣ୍ଡ ମୁଖ୍ୟାଳୟ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ। ଝିଅ ସହ ପ୍ରେମ ସମ୍ପର୍କ ଥିବା ବେଳେ ପରିବାର ଲୋକେ ବିବାହ ପାଇଁ ମନା କରିବାରୁ ଆତ୍ମହତ୍ୟା ପାଇଁ ସେମାନେ ଟ୍ରେନ ଆଗକୁ ଡେଇଁଥିବା ପ୍ରେମିକ ଘନଶ୍ୟାମ କହିଛି। ଅବସ୍ଥା ଗୁରୁତର ହେବାରୁ ଘନଶ୍ୟାମକୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି।

ଦେଖନ୍ତୁ ଭିଡିଓ ; ରାସ୍ତାରେ ଷଣ୍ଢର ତାଣ୍ଡବ ; ୨ ବାଇକ୍‌ ଆରୋହୀଙ୍କ ସହ..

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories