www.samajalive.in
Wednesday, November 12, 2025
19.1 C
Bhubaneswar

ଦେଖନ୍ତୁ ଭିଡିଓ ; ରାସ୍ତାରେ ଷଣ୍ଢର ତାଣ୍ଡବ ; ୨ ବାଇକ୍‌ ଆରୋହୀଙ୍କ ସହ..

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ରାସ୍ତାରେ ବୁଲୁଥିବା ଷଣ୍ଢ ଏଭଳି କିଛି କରିଥିଲା, ଯାହା ଫଳରେ ଅଞ୍ଚଳବାସୀ ଭୟଭୀତ ହୋଇ ଯାଇଥିଲେ । ଭାଇରାଲ ହେଉଥିବା ଏକ ଭିଡିଓ ଦିଲ୍ଲୀର ଛତରପୁର ଅଞ୍ଚଳର ବୋଲି କୁହାଯାଉଛି । ଯେଉଁଠାରେ ବ୍ୟସ୍ତବହୁଳ ରାସ୍ତାରେ ଗୋଟିଏ ଷଣ୍ଢ ବାଇକରେ ଯାଉଥିବା ୨ ଜଣ ବ୍ୟକ୍ତି ବିଶେଷଙ୍କ ଉପରେ ହଠାତ୍‌ ଆକ୍ରମଣ କରିଥିଲା । ଘଟଣାର ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି । ଷଣ୍ଢଟି ଆକ୍ରମଣ କରିବା ପରେ ସେଠାରେ ଉପସ୍ଥିତ ଥିବା ଲୋକେ ସେମାନଙ୍କୁ ରକ୍ଷା କରିବାକୁ ଯାଇ ନାକେଦମ୍‌ ହୋଇ ଯାଇଥିଲେ । ଭିଡିଟି ଶେୟାର କରାଯିବା ପରେ ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖି ସାରିଲେଣି।


ଭାଇରାଲ ହେଉଥିବା ଭିଡିଓରେ ଦେଖିପାରିବେ,ଷଣ୍ଢଟି ବାଇକରେ ଯାଉଥିବା ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ପଛରେ ବସିଥିବା ବ୍ୟକ୍ତିଙ୍କ ଉପରେ ହଠାତ୍‌ ଆକ୍ରମଣ କରୁଛି । ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକେ ଦୌଡି ଯାଇ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ମାତ୍ର ଷଣ୍ଢ ସେମାନଙ୍କୁ ଗୋଡାଇବାକୁ ଆରମ୍ଭ କରିବାରୁ ସେମାନେ ଜୀବନ ରକ୍ଷା ପାଇଁ ଦୌଡିବାକୁ ଲାଗିଲେ । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

୧୨ ବର୍ଷ ପରେ ୨୦ ଅଗଷ୍ଟରେ ବିଶେଷ ଯୋଗ : ଏହି ରାଶିଙ୍କ ସୁନା ଭଳି ଚମକିବ ଭାଗ୍ୟ..

- Advertisement -

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories