www.samajalive.in
Saturday, December 6, 2025
23.1 C
Bhubaneswar

ଅଭିନେତା ସମ୍ରାଟ ମୁଖାର୍ଜୀ ଗିରଫ

ସମାଜ ଡିଜିଟାଲ ଡେସ୍କ: ଟଲିଉଡ଼ ଅଭିନେତା ସମ୍ରାଟ ମୁଖାର୍ଜୀଙ୍କୁ ଗିରଫ କରିଛି ପୁଲିସ। ସେ ତାଙ୍କ କାର୍‌ରେ ଜଣେ ମୋଟରସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। କଲକାତା ପୁଲିସ ମଙ୍ଗଳବାର ଅଭିନେତାଙ୍କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ଅଭିନେତାଙ୍କୁ ଗିରଫ କରାଯାଇଛି ଏବଂ ଏବେ ତାଙ୍କର ଡକ୍ତରୀ ପରୀକ୍ଷା କରାଯିବ। ମାମଲାର ତଦନ୍ତ ଚାଲିଛି। ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ କଲକାତାର ବେହାଲା ଅଞ୍ଚଳରେ ଏହି ଘଟଣା ଘଟିଛି।

ଅଭିନେତାଙ୍କ କାର୍‌ ଧକ୍କାରେ ବେହାଲାର ବିଦ୍ୟାସାଗର କଲୋନୀ ନିବାସୀ ଜଣେ ବାଇକ୍ ଆରୋହୀ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଏମ ଆର ବାଙ୍ଗୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଏସଏସକେଏମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

- Advertisement -

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories