www.samajalive.in
Saturday, December 6, 2025
19.1 C
Bhubaneswar

ଭଦ୍ରକ ଜିଲାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଆଖଣ୍ଡଳମଣି ପୀଠରେ ବନ୍ଦ ପାଳିତ

ଆରଡି : ଭଦ୍ରକ ଜିଲାରେ ମେଡିକାଲ କଲେଜ ସ୍ଥାପନ ନିମନ୍ତେ ଦୀର୍ଘ ୨ମାସ ହେବ ସଂଗ୍ରାମ ସେନା ଓ ବିଭିନ୍ନ କ୍ରିୟାନୁଷ୍ଠାନ ପକ୍ଷରୁ ସାରା ଜିଲାରେ ଦାବି ଜୋର ଧରିଥିଲା। ସରକାର କର୍ଣ୍ଣପାତ ନ କରିବା ଫଳରେ ଜିଲା ବନ୍ଦ ପାଇଁ ସଂଗ୍ରାମସେନା ଓ କ୍ରିୟାନୁଷ୍ଠାନ କମିଟ ନିଷ୍ପତି ନେଇଥିଲା। ପୂର୍ବ ପ୍ରସ୍ତୁତି ଅନୁଯାୟୀ ସୋମବାର ସାରା ଜିଲାରେ ଗାଁ ଠାରୁ ବଜାରର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ ଶାନ୍ତିଶୃଙ୍ଖଳାର ସହ କରାଯାଇଥିଲା। ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମ ସମେତ ଓଳଗ, ମଠଡିହ, କୁଳେଇପଦା, ସୁନ୍ଦରପୁର, ଦୋହରାପାଟଣା, ନାନ୍ଦପୁର ଆଦି ସ୍ଥାନରେ ବନ୍ଦ ପାଳନ କରାଯାଇଥିଲା। ଏପରିକି ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟ, ବ୍ୟାଙ୍କ, ପୋଷ୍ଟଅଫିସ ଓ ବହୁ ଦୋକାନ ବଜାର ବନ୍ଦ ରହିଥିଲା। ସେହିପରି ଯାଜପୁରରୁ ଆସୁଥିବା ଗାଡି ଗୁଡିକୁ ମଠଡିହ ନିକଟସ୍ଥ କୁଳେଇପଦା ଛକ ନିକଟରେ ଆନ୍ଦୋଳନକାରୀମାନେ ଅଟକ ରଖିଥିଲେ। ଫଳରେ ଶତାଧିକ ଭକ୍ତ ୩କିମି ଚାଲିଚାଲି ମନ୍ଦିର ନିକଟକୁ ଆସିଥିଲେ। ବିଶେଷକରି ପୀଠରେ କାର୍ତ୍ତିକ ମାସର ସୋମବାର ହୋଇଥିଲେ ମଧ୍ୟ ବନ୍ଦ ପାଳନ ଯୋଗୁ ଭକ୍ତଙ୍କ ସଂଖ୍ୟା କମ୍‍ ପରିଲିକ୍ଷିତ ହୋଇଥିଲା। ତାହାସହ ଆରଡିପୀଠରୁ ବିଭିନ୍ନ ସ୍ଥାନକୁ ଯାଉଥିବା ସମସ୍ତ ବସ ପୂର୍ବରାତିରୁ ପୀଠରେ ଅଟକି ରହିଥିଲା। ଏହି ବନ୍ଦ ପାଳନରେ ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନ ଓ ବୁଦ୍ଧିଜିବୀ ସାମିଲ ହୋଇଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories