www.samajalive.in
Tuesday, December 9, 2025
26.1 C
Bhubaneswar

କାର୍ତ୍ତିକ ମାସର ନିଆରା ପରମ୍ପରା ‘ଆକାଶ ଦୀପ’

ସାରନଗରୀ : ଧର୍ମ ମାସ କାର୍ତ୍ତିକରେ ଚାଲିଛି ବ୍ରତଧାରୀ ଓ ହବିଷ୍ୟାଳିଙ୍କ ପୂଜାର୍ଚ୍ଚନା । ଚଳିତ ବର୍ଷ କୋଭିଡ଼ କଟକଣାରେ ଦେବାଳୟରେ ଚାଲିଛି ପୂଜାର୍ଚ୍ଚନା । କୋଟି ଜନ୍ମର ପୁଣ୍ୟ ଅର୍ଜନ କରିବା ଲାଗି ଆଧ୍ୟାତ୍ମିକ ପ୍ରେମୀ ମହିଳାମାନେ ନିଷ୍ଠାର ସହ କାର୍ତିକ ବ୍ରତ ପାଳନ କରୁଥିବା ଦେଖିବାକୁ ମିଳିଛି । କାର୍ତିକ ମାସରେ ଏବେବି ଅତୁଟ ରହିଛି ଆକାଶ ଦୀପ ପରମ୍ପରା । ଏହା ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଏକ ନିଆରା ଅନୁଭୂତି ଆଣି ଦେଇଛି । ଗ୍ରାମାଞ୍ଚଳ, ସହରାଞ୍ଚଳର ତୁଳସୀ ଚଉଁରାର ମୂଳ ହେଉ, ଅବା ଦେବାଳୟରେ ଏକ ଲମ୍ବା ବାଉଁଶ ପୋତା ଯାଇଥାଏ । ସେଥିରେ ଦଉଡ଼ି ସଂଲଗ୍ନ କରାଯାଇ ଏକ ମାଟି ହାଣ୍ଡିରେ ପ୍ରଦୀପ ପ୍ରଜ୍ଜଳନ କରି ଆକାଶ ଦୀପ ଚଢା ଯାଇଥାଏ । ସଞ୍ଜରୁ ବିଳମ୍ବିତ ରାତ୍ରୀ ଯାଏ କାର୍ତିକ ମାସ ସାରା ଆକାଶ ଦୀପ ଦାନ କରିବାର ବିଧି ରହି ଆସିଛି । ଆକାଶ ଦୀପର ମିଂଜି ମିଂଜି ଆଲୋକ କାର୍ତିକ ମାହାତ୍ମ୍ୟକୁ ଶ୍ରଦ୍ଧାଳୁଙ୍କ ମନ ଓ ହୃଦୟରେ ଉଜ୍ଜୀବିତ କରିଥାଏ । କେଉଁ ଆବାହନ କାଳରୁ ଏହି ପରମ୍ପରା ପ୍ରଚଳିତ ହୋଇ ଆସୁଥିଲେ ହେଁ, ଏହାର ରହସ୍ୟ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଏକ ପ୍ରଶ୍ନ ହୋଇ ରହିଯାଇଛି। ଆକାଶ ଦୀପକୁ ଲକ୍ଷ୍ମୀ- ନାରାୟଣ ଓ ରାଧା- ଦାମୋଦରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ଲୋକ ଲୋଚନରୁ ଶୁଣିବାକୁ ମିଳୁଛି । ସେହିପରି ସାଧାରଣ ଦୀପ ମନ୍ଦିରର ଗର୍ଭ ଗୃହ କିମ୍ବା ଦୀପସ୍ଥଳୀରେ ପ୍ରଦାନ କରାଯାଉଛି । ଉକ୍ତ ଆକାଶ ଦୀପ ଅନନ୍ତ ଆକାଶର ଚାରି ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଏ ବୋଲି କୁହାଯାଉଛି । ଏହି ଦୀପ ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ଏକ ସଙ୍କେତ ପ୍ରଦାନ କରି ଏକ ମୁକସାକ୍ଷୀ ପାଲଟି ଯାଇଛି । ଅତୀତରେ ସାଧବପୁଅ ମାନେ ବୋଇତରେ ଜାଭା, ସୁମିତ୍ରା ଦେଶକୁ ବେପାର ବଣିଜ କରି ସ୍ୱଦେଶ ପ୍ରତ୍ୟାବର୍ତନ କରି ସମୟରେ ଆକାଶ ଦୀପ ସାହାଯ୍ୟରେ ଦିଗ ଚିହ୍ନଟ ସହଜରେ ଜାଣି ପାରୁଥିଲେ । ଯାହା ଫଳରେ ସମୁଦ୍ର କୂଳକୁ ସହଜରେ ଫେରି ଆସି ପାରୁଥିଲେ । ସେହିପରି କାର୍ତିକ ମାସରେ ବିଭିନ୍ନ ତୀର୍ଥକ୍ଷେତ୍ରକୁ ଯାତ୍ରା କରୁଥିବା ତୀର୍ଥଯାତ୍ରୀ ଆକାଶ ଦୀପକୁ ଲକ୍ଷ୍ୟ କରି ନିଜର ଲକ୍ଷ୍ୟସ୍ଥଳରେ ସୁବିଧାରେ ପହଞ୍ଚି ପାରୁଥିଲେ । କାର୍ତିକ ମାସରେ ରାଉରକେଲା ସମେତ ଦକ୍ଷିଣ ରାଉରକେଲାର ବିଭିନ୍ନ ଦିବାଳୟରେ ଆକାଶ ଦୀପର ଜ୍ୟୋତି ଦୃଶ୍ୟମାନ ହେଉଛି ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories