www.samajalive.in
Saturday, December 6, 2025
16.1 C
Bhubaneswar

ବାପା ଓ ଦାଦାଙ୍କ ପରି ଭାଗ ହେବାର ଭୟ ନାହିଁ, ଆକାଶ ରାମଙ୍କ ଭଳି ଭାଇ: ଅନନ୍ତ ଅମ୍ବାନୀ

ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ରିଲାଏନ୍ସ ଫାଉଣ୍ଡେସନ୍ ମୁଖ୍ୟ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ କିଛି ମାସ ମଧ୍ୟରେ ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ବିବାହ ପୂର୍ବରୁ ତାଙ୍କ ପ୍ରି-ୱେଡିଙ୍ଗ ଉତ୍ସବ କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ଏହାର ଠିକ୍‌ ପୂର୍ବରୁ ଅନନ୍ତ ଅମ୍ବାନୀ ଏକ ବଡ଼ ବୟାନ ଦେଇଛନ୍ତି। ସେ ଆକାଶ ଅମ୍ବାନୀଙ୍କୁ ‘ରାମ’ଙ୍କ ଭଳି ଭାଇ ବୋଲି କହିଛନ୍ତି।

ଏକ ସାକ୍ଷାତକାରରେ ଅନନ୍ତ ଅମ୍ବାନୀ କହିଛନ୍ତି, ତାଙ୍କ ପିତା ଓ ସାନବାପା ଅନୀଲ ଅମ୍ବାନୀଙ୍କ ମଧ୍ୟରେ ଭାଇ ଭାଗ ନେଇ ଯେପରି ଝଗଡ଼ା ହୋଇଥିଲା, ସେ ଭୟ ତାଙ୍କର ନାହିଁ। ବରଂ ତାଙ୍କ ବଡ଼ ଭାଇ ଆକାଶ ଠିକ୍‌ ରାମଙ୍କ ପରି ବୋଲି କହିଛନ୍ତି ଅନନ୍ତ।

- Advertisement -

ସୂଚନାଯୋଗ୍ୟ ଯେ, ରିଲାଏନ୍ସ ପରିବାରର ପୂର୍ବ ପୀଢିରେ ସମ୍ପତ୍ତି ଭାଗକୁ ନେଇ ବଡ଼ ଝଗଡ଼ା ହୋଇଥିଲା, ଯାହାକୁ ନେଇ ଗଣମାଧ୍ୟମରେ ଖୁବ୍‌ ଚର୍ଚ୍ଚା ହୋଇଥିଲା। ମାଆ କୋକିଲାବେନଙ୍କୁ ମୁକେଶ ଅମ୍ବାନୀ ଓ ଅନୀଲ ଅମ୍ବାନୀଙ୍କ ଝଗଡ଼ାରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଏହାପରେ ରିଲାଏନ୍ସର ବ୍ୟବସାୟ ଭାଗ ହୋଇଗଲା। ମୁକେଶ ଅମ୍ବାନୀଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମାଲିକାନା ମିଳିଥିବାବେଳେ ଅନୀଲ ଅମ୍ବାନୀ ରିଲାଏନ୍ସ ଟେଲିକମ୍ ଏବଂ ରିଲାଏନ୍ସ କ୍ୟାପିଟାଲ୍ ଭଳି ବ୍ୟବସାୟ ପାଇଥିଲେ।

 

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories