www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଖାଦ୍ୟ ନପାଇ ଫେରିଲେ ଛାତ୍ରଛାତ୍ରୀ

ଧାମରା : ଧାମରା ନିକଟସ୍ଥ କରଞ୍ଜମାଳ ଠାରେ ଥିବା ଧାମକୁଟା ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ମଧ୍ୟାହ୍ନ ଭୋଜନ ନ ପାଇ ଫେରିଲେ ଛାତ୍ରଛାତ୍ରୀ। ପ୍ରାପ୍ତ ଖବରରୁ ଜଣାଯାଇଛି ଏହି ବିଦ୍ୟାଳୟରେ ସମୁଦାୟ ୨୪ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅଯୋଧ୍ୟା ଜେନା ବିଦ୍ୟାଳୟ ଉପସ୍ଥାପନା ଖାତାରେ ୪୦ଜଣ ଛାତ୍ରଛାତ୍ରୀ ଉପସ୍ଥିତ କଥା ଦର୍ଶାଇଥିବା ଜଣାଯାଇଛି।
ଏଥିସହ ମଧ୍ୟାହ୍ନରେ ପିଲା ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ହୋଇଥିବା ବେଳେ ୨୪ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୮ଜଣ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଭାତ ଥିବା ବେଳେ ସେମାନଙ୍କ ପାଇଁ ତରକାରୀ ନଥିଲା । ଫଳରେ ୮ଜଣ ଛାତ୍ରଛାତ୍ରୀ ନିଜର ଖାଦ୍ୟ ପାଇଁ ଅଳି କରିବାରୁ ସଂପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀ ଖାଦ୍ୟ ପାଇଁ ମୋତେ ନକହି ଯିଏ ରୋଷେଇ କରୁଛନ୍ତି ତାଙ୍କୁ ପଚାର ବୋଲି କୁନୀ କୁନୀ ଛୁଆ ମାନଙ୍କୁ କହିଥିଲେ। ଏଥିସହ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଆସି କାହିଁକି ସେମାନଙ୍କ ଛୁଆ ମାନଙ୍କୁ ଖାଦ୍ୟ ଦିଆ ନଯିବ ବୋଲି ପ୍ରଶ୍ନ କରିଥିବା ବେଳେ ସଂପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀ କୌଣସି ସନ୍ତୋଷଜନକ ଉତର ଦେଇ ପାରି ନଥିଲେ। ଏହାକୁ ନେଇ ସାଧାରଣରେ ଉତେଜନ। ଦେଖା ଯିବା ସହ ସେମାନେ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀଙ୍କ ସହ ଯୋଗାଯୋଗ କରି ସଂପୃକ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଦୃଢ କାଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଥିଲେ।

ବ୍ଲକ ଶିକ୍ଷାଧିକାରୀ ଏହି ଘଟଣାରେ ତଦନ୍ତ କରିବା ପରେ ଯାହା କାର୍ଯ୍ୟନୁଷ୍ଠାନ ନେବେ ବୋଲି ନିଜର ଜବାବ ରଖିଥିବା ବେଳେ ସଂପୃକ୍ତ ଗ୍ରାମବାସୀ ତୁରନ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କ ଏହି ଧାନକୁଟା ପ୍ରାଥମିକ ବିଦ୍ୟାଳୟରୁ ଅନ୍ୟତ୍ର ବଦଳି କରା ନଗଲେ ସେମାନେ ବିଦ୍ୟାଳୟରେ ତାଲା ପକାଇବା ସହ ନିଜର ଛୁଆଙ୍କୁ ଆଉ ଏହି ବିଦ୍ୟାଳୟକୁ ଛାଡିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଆଜି ଏସଏମସିର ବଳରାମ ପଣ୍ଡିତ, ରିତେଶ ରଞ୍ଜନ ସ୍ୱାଇଁ, ସୁକଦେବ ମଣ୍ଡଳ, ବିଜୟ କୁମାର ଦାସ, ଉଦୟକେତନ ମହାନ୍ତି, ବାବୁଲି ପଣ୍ଡିତ ଏବଂ ମନୋଜ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ସଂପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଦୃଢ କାଯ୍ୟାନୁଷ୍ଠାନ ସହ ବଦଳି ଦାବୀ କରିଛନ୍ତି।

- Advertisement -

 

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories