www.samajalive.in
Saturday, December 6, 2025
16.1 C
Bhubaneswar

ମହିଳାଙ୍କ ହାତରୁ ଫୋନ୍ ଛଡାଇନେଲା ମାଙ୍କଡ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଆଜି କାଲି ସାମାଜିକ ଗଣମାଧ୍ୟମରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ଏଥିରେ କିଛି ମଜାଳିଆ ଭିଡିଓ ହୋଇଥାଏ ତ ଆଉ କିଛି ଭିଡିଓ ସମସ୍ତଙ୍କୁ ଚକିତ କରିଥାଏ । ଏବେ ସାମାଜିକ ଗଣମାଧ୍ୟମରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ମାଙ୍କଡର ଅଜବ କାରନାମା ଦେଖିବାକୁ ମିଳୁଛି ।

- Advertisement -

ଭିଡିଓରେ ନଜର  ଆସୁଛି କି ଏକ କାନ୍ଥରେ ଏକ ମାଙ୍କଡ ବସିଛି । ତାଙ୍କ ସାମ୍ନାରେ ଜଣେ ମହିଳା ଏବଂ ଜଣେ ପୁରୁଷ ଠିଆ ହୋଇଛନ୍ତି । ମହିଳା ଜଣକ ନିଜ ବ୍ୟାଗକୁ କିଛି ସାମଗ୍ରୀ ବାହାର କରି ମାଙ୍କଡକୁ ଖାଇବାକୁ ଦେଉଛନ୍ତି । କିନ୍ତୁ ମାଙ୍କଡ ତାକୁ ନେଉନି । ଏହି ସମୟରେ ନଜର ଆସୁଛି କି ମାଙ୍କଡ ହାତରେ ମହିଳାଙ୍କ ଆଇଫୋନ୍ ରହିଛି । ସେ ପୂର୍ବରୁ ତାଙ୍କ ହାତରୁ ଫୋନ୍ ଛଡେଇ ନେଇଛି । ଫୋନ୍ ପାଇବା ପାଇଁ ମହିଳା ଜଣକ ମାଙ୍କଡକୁ ଖାଇବାକୁ ଲାଞ୍ଚ ଦେଉଛନ୍ତି । ମହିଳା ଜଣକ ଏକ ଫଳ ତାକୁ ଦେବା ପରେ ସେ ଖୁସି ହୋଇ ଫୋନଟି ଫେରାଇ ଦେଉଛି ।

ଏହି ଭିଡିଓକୁ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସରେ ସେୟାର କରାଯାଇଛି । ଭିଡିଓର କ୍ୟାପ୍ସନରେ ଲେଖାଯାଇଛି କି ‘ବାଲୀର ମାଙ୍କଡ ବହୁତ ଚତୁର ହୋଇଗଲେଣି । ସେମାନେ ଶିଖି ଗଲେଣି କି କେମିତି ଖାଦ୍ୟ ପାଇଁ ଲୋକଙ୍କ ଫୋନ୍ ଚୋରାଇବେ ।‘ ଭିଡିଓକୁ ଏପର୍ଯ୍ୟନ୍ତ ଦେଢ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ସମସ୍ତେ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

 

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories